( ରିପୋଟରର୍ସ ଟୁଡ଼େ : ମୃତ୍ୟୁଞ୍ଜୟ ଭୋଇ ) : ବଲାଙ୍ଗୀର ଜିଲ୍ଲା ଗୁଡ଼ଭେଲା ବ୍ଲକର ଜାମୁଟଠାରୁ ଗମ୍ବାରୀଗୁଡ଼ା ପର୍ଯ୍ୟନ୍ତ ହୋଇଥିବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାରେ ହୋଇଛି ହେରଫେର । ରାସ୍ତାକାମ ସରିବାର ବର୍ଷେ ପୁରିନି ହେଲେ ରାସ୍ତାରୁ ଉଠିଗଲାଣି ପିଚୁ । ୫ବର୍ଷ ପର୍ଯ୍ୟନ୍ତ ରାସ୍ତାର ରକ୍ଷଣାବେକ୍ଷଣ କରିବାପାଇଁ ସରକାରଙ୍କଠାରୁ ୧୭ଲକ୍ଷ ଟଙ୍କା ଅନୁଦାନ ଆସିଥିବାବେଳେ ତାହା ମଧ୍ୟ ଏପର୍ଯ୍ୟନ୍ତ ମରାମତି ହୋଇପାରିନାହିଁ । ଯାହା ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅତିଶୀଘ୍ର ରାସ୍ତା ମରାମତି ନକଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଅଞ୍ଚଳବାସି ।