କାଳିଆ ଯୋଜନା କଥା ବଖାଣିଲେ ନବୀନ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ଆଜି ବରଗଡରେ ପ୍ରଚାର କରିଛନ୍ତି ବିଜେଡ଼ି ସୁପ୍ରିମୋ । ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ନବୀନ । ଏଠାରେ ବି କାଳିଆ ଯୋଜନା କଥା ବଖାଣିଲେ ବିଜେଡ଼ି ସଭାପତି । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛି । ହେଲେ ମୁଁ ଥିବା ପର୍ୟ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ ।
କେନ୍ଦ୍ର ଉପରେ ବର୍ଷିବା ସହ ନବୀନ କହିଛନ୍ତି, ନିର୍ବାଚନ ଆସିଲେ ଓଡ଼ିଶାରେ କେନ୍ଦ୍ରୀୟ ନେତାଙ୍କ ପାଦ ପଡ଼ୁଛି । ଓଡ଼ିଶାବାସୀଙ୍କ ଦୁଃଖସୁଖରେ କୁଆଡ଼େ ଥିଲେ ? ସାଢ଼େ ୪ କୋଟି ଓଡ଼ିଆଙ୍କ ସହ ମୁଁ ସବୁବେଳେ ରହିଛି । ଏହାସହ ସେଠାରେ ବିଜେଡ଼ି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ।
ବୁଣାକାରଙ୍କ ଉପରେ ଜିଏସି ଲଗାଇଲେ କେନ୍ଦ୍ର ସରକାର । ଏମଏସପି ଦୁଇଗୁଣା ପାଇଁ କହିଥିଲେ, ଦୀର୍ଘ ଦିନର ଅପେକ୍ଷା ପରେ ବି ନିଷ୍ପତ୍ତି ନିଆଗଲା ନାହିଁ । ଏନେଇ କେନ୍ଦ୍ର ସରକାରଙ୍କ ନିକଟରେ ଓଡ଼ିଶା ସରକାର ଦାବି କଲାପରେ ବି କିଛି ହେଲାନାହିଁ । ବିଧାସଭାରେ ହାଉସ କମିଟି କରି ଦିଲ୍ଲୀ ଗଲେ ତଥାପି କିଛି ମିଳିଲା ନାହିଁ । ୨ ବର୍ଷ ହୋଇଗଲା କିନ୍ତୁ ୨ ମିନିଟ ସମୟ ଦେଇପାରିଲେ ନାହିଁ । କୋଶଳି ଭାଷାକୁ ସ୍ୱୀକୃତି ଦେବା ପାଇଁ କେନ୍ଦ୍ର ନିକଟରେ ଦାବି ହୋଇଥିଲା । ସେଥିରେ ମଧ୍ୟ ସେ ଚୁପ୍ ରହିଲେ । ଦୁଇ ଜଣ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଅଛନ୍ତି । ସେମାନେ ବି ଓଡ଼ିଶା ପକ୍ଷ ନେଇ ମୁହଁ ଖୋଲିଲେ ନାହିଁ ।