ଓଡିଶା ଆସିଥିଲେ ଆୟୁଷ୍ମାନ ଖୁରାନା । ଓଡିଶାର ପ୍ରସିଦ୍ଧ ମିଠା ଛେନା ପୋଡ ଖାଇ ମୁଗ୍ଧ ହୋଇଛନ୍ତି । ଆୟୁଷ୍ମାନ ଛେନାପୋଡର ପୋଡିଯାଇଥିବା କଳାଅଂଶର ବେଶ୍ ପସନ୍ଦ କରିଛନ୍ତି । ଏ ନେଇ ଆୟୁଷ୍ମାନ ତାଙ୍କ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଆୟୁଷ୍ମାନଙ୍କ ପୋଷ୍ଟ ପରେ ଓଡିଶା ଟୁରିଜିମ ମଧ୍ୟ ଏହାର ଜବାବ ଦେଇଛନ୍ତି । ଆୟୁଷ୍ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓଡିଶା ଟୁରିଜିମ ।ଓଡ଼ିଶାର ଖାଦ୍ୟ ଓ ପର୍ୟ୍ୟଟନସ୍ଥଳୀର ସ୍ୱତନ୍ତ୍ରତା ହିଁ ରାଜ୍ୟର ବିଶେଷତା ବୋଲି କହିବା ସହ ପୁଣିଥରେ ଓଡ଼ିଶା ଆସିବାକୁ ଆୟୁଷ୍ମାନଙ୍କୁ ଆମନ୍ତ୍ରଣ କରିଛି । ଏହି ପୋଷ୍ଟ ପରେ ଅନେକ ଲୋକ ଛେନାପୋଡକୁ ନେଇ ଭଲପାଇବା ପ୍ରକାଶ କରିଛନ୍ତି । ଦିଲ୍ଲୀରେ ଏହା କେଉଁଠି ମିଳେବୋଲି ପଚାରିଛନ୍ତି । ଦିନକୁ ଦିନ ଓଡିଶାର ଛେନାପୋଡକୁ ବଲିଉଡ ଅଭିନେତାଙ୍କ ମାଙ୍କର ଭଲପାଇବା ଦେଖିବାକୁ ମିଳୁଛି ।