ସ୍ୱରାଙ୍କ ଉପରେ ରାଗିଲେ ବାବା

ବଲିଉଡରେ କଣ୍ଟ୍ରେଭର୍ସି ହେବା କିଛି ନୂଆ କଥା ନୁହେଁ । ଅନେକ ସମୟରେ ନାମିଦାମୀ କଳାରଙ୍କ କଣ୍ଟ୍ରେଭର୍ସି ଦେଖିଆସୁ । କଙ୍ଗନା ଠାରୁ ଆରମ୍ଭ କରି କରିନା ପର୍ଯ୍ୟନ୍ତ ସମସ୍ତେ ବିବାଦରେ ପଡିଛନ୍ତି । ଏବେ ଅଭିନେତ୍ରୀ ଶ୍ୱରା ଭାଷ୍କର ଏକ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ ପଡିଛନ୍ତି । ଆଗରୁ ବହୁ ସମୟରେ ଶ୍ୱରା ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । କିନ୍ତୁ ଏବେ ଜୋହର ପ୍ରଥାକୁ ନେଇ ଅତି ନିମ୍ନ ସ୍ତରର ଟିପ୍ପଣୀ କରିଛନ୍ତି । ରାଜସ୍ଥାନର ଗର୍ବ ଗୌରବ ରାଣୀ ପଦ୍ମାବତୀଙ୍କ ଅସଲ ଜୀବନକୁ ନେଇ ବଲିଉଡରେ ପ୍ରସ୍ତୁତ ସିନେମା ‘ପଦ୍ମାବତ୍’ କୁ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ସ୍ୱରା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ସେଠାରେ ଜୋହର ପ୍ରଥାକୁ ଅପାମନ କରିବା ସହ ଆଧୁନିକ ସମାଜର ଓ ଦୁଷ୍କର୍ମ ପିଡିାଙ୍କ ପାଇଁ ଭୁଲ ସନ୍ଦେସ ବୋଲି ଦର୍ଶଇଛନ୍ତି । ସ୍ୱରା ଫିଲ୍ମର ଦୃଶ୍ୟକୁ ଆଧୁନିକ ସମାଜ ଓ ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ଏକ ଭୁଲ୍ ସନ୍ଦେଶ ବୋଲି ଦର୍ଶାଇ ପ୍ରଶ୍ନ ଉଠାଇଥିଲେ ଯେ ଏହା କଣ ଦର୍ଶାଉଛି କି ମହିଳାଙ୍କ ଜୀବନଠାରୁ ସେମାନଙ୍କ ଶାରୀରିକ ପବିତ୍ରତା ବଡ଼? ତାଙ୍କର ଏହି ମନ୍ତବ୍ୟ ପରେ ତୀବ୍ର ପ୍ରତିକ୍ରିୟା କରିବା ସହ ରାଜପୁତ ନାରୀଙ୍କ ବଳିଦାନକୁ ଅପମାନିତ କରିଛନ୍ତି ବୋଲି ଅଭିଯୋଗ କରିଥିଲେ ।

ଏହି ସବୁ ମଧ୍ୟରେ ଆଧ୍ୟାତ୍ମିକ ଗୁରୁ ଅନିରୁଦ୍ଧାଚାର୍ଯ୍ୟ ମହାରାଜ କଡା ଭାଷାରେ କ୍ଷୋବ ପ୍ରକାଶ କରି ତାଙ୍କୁ କଡା ଭାଷାରେ ସମାଲେଚନା କରିଥିଲେ । ସେ କହିଛନ୍ତି \”ଯେଉଁ ବ୍ୟକ୍ତି ନିଜେ ଚରିତ୍ରବାନ ନୁହେଁ ସେ ଏଭଳି ମହାନ ବଳିଦାନର ଗଭୀରତାକୁ କିପରି ବୁଝିପାରିବ? କେବଳ ଜଣେ ଚରିତ୍ରବାନ ବ୍ୟକ୍ତି ହିଁ ଅନ୍ୟର ଚରିତ୍ର ଓ ତ୍ୟାଗକୁ ସମ୍ମାନ ଦେଇଥାଏ।\” ।ଅନ୍ୟପକ୍ଷରେ ନିଜର ବୟାନକୁ ନେଇ ଚାରିଆଡ଼ୁ ସମାଲୋଚନାର ଶିକାର ହୋଇଥିବା ସ୍ୱରା ପରେ ଏକ ଭିଡିଓ ଜରିଆରେ ସ୍ପଷ୍ଟୀକରଣ ଦେଇଛନ୍ତି ଯେ ସେ କେବେ ମଧ୍ୟ ରାଣୀ ପଦ୍ମାବତୀ କିମ୍ବା ଜୋହର କରିଥିବା ମହିଳାମାନଙ୍କୁ ଭିରୁ ବୋଲି କହି ନାହାନ୍ତି । ତଥାପି ଧାର୍ମିକ ଗୁରୁମାନେ ଏବଂ ବିଭିନ୍ନ ସଙ୍ଗଠନଗୁଡ଼ିକ ତାଙ୍କର ଏପରି ମନ୍ତବ୍ୟକୁ ସନାତନ ସଂସ୍କୃତି ଓ ଐତିହାସିକ ବଳିଦାନ ପ୍ରତି ଅପମାନଜନକ ବୋଲି ଦୃଢ଼ ଭାବେ ବିଚାର କରୁଛନ୍ତି।