ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସିଙ୍ଗାପୁର ପଞ୍ଚାୟତ ସ୍ଥିତ ପ୍ରସିଦ୍ଧ ସିଙ୍ଗାପୁର ଯାତ୍ରା ୩ଦିନରୁ ୫ଦିନ କରବା ପାଇଁ ପ୍ରଶାସନ ତରଫରୁ ନାରାୟଣ ଗୋସାଇଁ ମନ୍ଦିର ପ୍ରକୋଷ୍ଟରେ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଶୁଣାଳୀ ଶିବିରରେ ରସୁଲପୁର ତହସିଲଦାର ସିଦ୍ଧାର୍ଥ ବେହେରା ସଭାପତିତ୍ବ କରିଥିଲେ l
ଏହି ସିବିରରେ ଏସ ଡିପିଓ ଶରତ କୁମାର ପାତ୍ର, କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ,ମଧୁପୁର ରାଣୀ ଅର୍ପନା ଧୀର ସିଂ,ତୀର୍ଥରାଜ ପଣ୍ଡା, ସରପଞ୍ଚ ଜିତେନ୍ଦ୍ର ନାୟକ, ହୃଦାନନ୍ଦ ସାହୁ,ଜିତେନ୍ଦ୍ର ପାତ୍ର ଓ ପୂଜା କମିଟିର କାର୍ଯ୍ୟ କାରି ସଭାପତି ଭୀଷ୍ମ ପ୍ରସାଦ ରଥ ଓ ୪ପଞ୍ଚାୟତର ଲୋକମାନ ଙ୍କ ଉପସ୍ଥିତିରେ ଦିନ ୧୨ ରୁ ୩ଟା ପର୍ଯ୍ୟନ୍ତ ଶୁଣାଣି ଚାଲିଥିଲା l ସେଠାରେ ୩ଜଣ ଲୋକ ବିରୋଧ କରିଥିଲେ ଆଉ ସମସ୍ତ ଲୋକମାନେ ୪ଦିନ ଠାକୁର ରହିବାକୁ ସନ୍ମତି ଦେଇଥିଲେ l ସୂଚନା ଥାଉକି ପୂର୍ବରୁ ଠାକୁର ୩୬୨ଦିନ ପାଣିରେ ୩ ଦିନ ଠାକୁର ମନ୍ଦିରରେ ରୁହନ୍ତି l ଚଳିତ ବର୍ଷ ଠାରୁ ୪ଦିନ ମନ୍ଦିରରେ ରହିବେ ବୋଲି ଆଜି ଜନ ଶୁଣାଣିରେ ସର୍ବସ ସ୍ମତିରେ ସ୍ଥିର କରାଗଲାl ସିଙ୍ଗାପୁର ଯାତ୍ରା ୧୪ତାରିଖରୁ ଆରମ୍ଭ ହୋଇ ୧୮ତାରଖରେ ଭସାଣି ହେବ l ଶେଷରେ ଭିଷ୍ମ ପ୍ରସାଦ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l