State News: ସାରା ଓଡ଼ିଶାରେ କାଳବୈଶାଖୀ ବର୍ଷା ନେଇ India Meteorological Departmentର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଓ ଝଡ଼ ପବନ ହେବାର ସମ୍ଭାବନା ରହିଛି।
ଆସନ୍ତାକାଲି ସକାଳ ସାଢ଼େ ୮ଟା ସୁଦ୍ଧା ୧୩ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ, ଅନ୍ୟ ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାସହ ଆଗାମୀ ଦିନ ପାଇଁ ୩ଟି ଜିଲ୍ଲାକୁ ଅରେଞ୍ଜ ଓ ବାକି ସମସ୍ତ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
ଏପରି ସମୟରେ ଉତ୍ତର ଓଡ଼ିଶାରେ କାଳବୈଶାଖୀର ପ୍ରଭାବ ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା ସହ ଝଡ଼ ପବନ ଓ କୁଆପଥର ବର୍ଷା ସାଧାରଣ ଜୀବନକୁ ପ୍ରଭାବିତ କରିଛି।ବିଶେଷକରି Balasore ସହରରେ ଭାରି କୁଆପଥର ବର୍ଷା ଦେଖିବାକୁ ମିଳିଛି, ଯାହାରେ ରାସ୍ତାଘାଟ ଓ ଯାତାୟାତ ବ୍ୟବସ୍ଥା ପ୍ରଭାବିତ ହୋଇଛି। ପାଣିପାଗ ବିଭାଗ ଲୋକମାନଙ୍କୁ ଅନାବଶ୍ୟକ ବାହାରକୁ ନଯିବାକୁ, ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବାକୁ ଓ ସତର୍କ ରହିବାକୁ ପରାମର୍ଶ ଦେଇଛି।