ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ Kriti Sanon ନିଜ ଫ୍ୟାନମାନଙ୍କ ପାଇଁ ଏକ ବଡ଼ ସରପ୍ରାଇଜ ନେଇ ଆସିଛନ୍ତି। ନିର୍ଦ୍ଦେଶକ Homi Adajaniaଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର Cocktail 2ରେ ସେ ନଜର ଆସିବେ।
ସୂଚନା ଅନୁସାରେ, ଏହି ଫିଲ୍ମରେ କ୍ରିତି ଏକ ସମ୍ପୂର୍ଣ୍ଣ ନୂଆ ଓ ଗ୍ଲାମରସ ଅବତାରରେ ଦେଖିବାକୁ ମିଳିବେ। ଏହାକୁ ତାଙ୍କର କ୍ୟାରିୟରର ଏକ ଟର୍ଣ୍ଣିଂ ପଏଣ୍ଟ ବୋଲି ମନାଯାଉଛି।ଏହି ଫିଲ୍ମରେ Shahid Kapoor ଓ Rashmika Mandannaଙ୍କ ସହ କ୍ରିତି ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ତିନିଜଣଙ୍କ ଏହି ଯୋଡ଼ି ନେଇ ଦର୍ଶକମାନଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ବଢ଼ିଛି।
ଗତ ମାର୍ଚ୍ଚ ୧୩ରେ ଫିଲ୍ମର ମୁକ୍ତି ତାରିଖ ଘୋଷଣା କରାଯାଇଥିବା ବେଳେ, ଏହା ୨୦୨୬ ଜୁନ୍ ୧୯ରେ ରିଲିଜ୍ ହେବାକୁ ଯାଉଛି। ଏହି ସିକୁଏଲରେ କ୍ରିତିଙ୍କର ଏକ ଭିନ୍ନ ଅନ୍ଦାଜ ଦର୍ଶକ ଦେଖିବେ ବୋଲି ଚର୍ଚ୍ଚା ଚାଲିଛି। ଏଭଳି ଏକ ଅଲଗା ପ୍ରକଳ୍ପରେ କାମ କରି ସେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି। ପ୍ରଥମ ଭାଗ ଭଳି Cocktailର ସଫଳତାକୁ ଦେଖି, ଏହି ସିକୁଏଲ ମଧ୍ୟ ଦର୍ଶକଙ୍କ ଭଲପାଇବା ଜିତିବ ବୋଲି ପୁରା ଟିମ ଆଶା କରୁଛି।