ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅନୁଷ୍ଠିତ ହୋଇଯାଇଛି

ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅନୁଷ୍ଠିତ ହୋଇଯାଇଛି। ଏହି ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଖିଳ ଭାରତ ଯାଦବ ମହାସଭାର ସମ୍ପାଦକ ରାଜୁ ଘିଭେଲା, ବିଶିଷ୍ଟ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ଉପସଭାପତି ଲମ୍ବୋଦର ନିଆଲ, ମୁଖ୍ୟ ବକ୍ତା ଭାବେ ଉତ୍କଳ ଯାଦବ ମହାସଭାର ସମ୍ପାଦକ ତ୍ରିଲୋଚନ ନାଗ, ସମ୍ମାନିତ ଅତିଥି ଭାବେ ଉତ୍କଳ ଯାଦବ ମହାସଭାର ମହିଳା ପ୍ରକୋଷ୍ଠ ଅଧ୍ୟକ୍ଷା ସଞ୍ଜୁକ୍ତା ବେହେରା, କଳାହାଣ୍ଡି ଜିଲ୍ଲା ଯାଦବ ମହାସଭାର ନବନିର୍ବାଚିତ ସଭାପତି ନୃପରାଜ ଯାଦବ, ସାଧାରଣ ସମ୍ପାଦକ ତ୍ରିପୁରା ନାୟକ, ବିଦାୟୀ ସାଧାରଣ ସମ୍ପାଦକ ଡ଼ଃ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଅଭ୍ୟର୍ଥନା କମିଟି କୋଷାଧ୍ୟକ୍ଷ ରଘୁବୀର ନାଗ, ମହିଳା ନେତ୍ରୀ ରଶ୍ମୀରେଖା ରାଉତ, ନବ ନିର୍ବାଚିତ ଜିଲ୍ଲା ଉପସଭାପତି କମଲ ବାଗ, ଅଲେଖ ଚନ୍ଦ୍ର ଗୋପାଳ, ଜଗଦୀଶ ଯାଦବ ଓ ଯୁଧିଷ୍ଠିର ଗଉଡ, ଯୁଗ୍ମ ସମ୍ପାଦକ ଡମ୍ବରୁଧର ଖର୍ସେଲ, ପୂର୍ଣ୍ଣଚନ୍ଦ୍ର ଗଉଡ, ବିଶ୍ବରଞ୍ଜନ ଧଙ୍ଗଡାମାଝୀ, କୋଷାଧ୍ୟକ୍ଷ ଅର୍ଜୁନ ଭାଟି ପ୍ରମୁଖଙ୍କ ସମେତ ୧୩ ଗୋଟି ବ୍ଲକ, ମ୍ୟୁନିସିପାଲଟି, ଏନଏସି ସଭାପତିମାନେ ମଞ୍ଚାସୀନ ଥିଲେ।

ନର୍ଲା ବ୍ଲକ ଯାଦବ ସମିତି ସାଧାରଣ ସମ୍ପାଦକ ମଧୁସୂଦନ ରାଉତ ଓ ଶିକ୍ଷାବିତ ସୁଧିର କୁମାର ଧଙ୍ଗଡାମାଝୀ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମେ ଯାଦବ ମାନେ ଏକ ବିଶାଳ ଶୋଭାଯାତ୍ରାରେ  ବାହାରି ନର୍ଲା ବୁଢ଼ାରଜା ମନ୍ଦିରରୁ ମଶାଳ ଆଣି ମଞ୍ଚରେ ସ୍ଥାପନ କରିଥିଲେ। ଯାଦବ ସଂସ୍କୃତିର ମହାନ ବିଭବ ବାଡ଼ିଖେଳ ସମେତ ଡମବଜା, ଘୁମୁରା ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଏହି ଅବସରରେ ଜିଲ୍ଲାର ବ୍ଲକ, ମ୍ୟୁନିସିପାଲଟି, ଏନଏସି, ଆଞ୍ଚଳିକ, ଯାଦବ କର୍ମକର୍ତ୍ତା ନିର୍ବାଚନର ମୁଖ୍ୟ ନିର୍ବାଚନ ଅଧିକାରୀ ଓ ତାଙ୍କ ଟିମ୍ ଏବଂ ବିଶିଷ୍ଟ ଯାଦବ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସଭାରେ ଯାଦବ ସମାଜର ଶିକ୍ଷା, ସଂସ୍କୃତି, ରାଜନୈତିକ ଭାଗିଦାରୀ ସମେତ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ଏଥିରେ ପାଞ୍ଚ ହଜାରରୁ ଉର୍ଦ୍ଧ୍ୱ ଯାଦବ ସାମିଲ ହୋଇଥିଲେ। ଶେଷରେ ନର୍ଲା ବ୍ଲକ ଯାଦବ ସମିତି ସଭାପତି ଲିଙ୍ଗରାଜ କରୁଆଁ ଧନ୍ୟବାଦ ଅର୍ପଣ କରିଥିଲେ।  କାର୍ଯ୍ୟକ୍ରମ ପରିଚାଳନାରେ ନର୍ଲା ବ୍ଲକ ଯାଦବ ସମିତିରକର୍ମ କର୍ତା ତଥା ନର୍ଲା ଅଂଚଳର ଯାଦବ ଙ୍କ ପୂର୍ଣ୍ଣ  ମାତ୍ରା ରେ ସହଯୋଗ କରିଥିଲେ ।