ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ବନମାଳୀପୁର ଭଅଁରା ଗଡ଼ ଆଞ୍ଚଳିକ ଜଗନ୍ନାଥ ମନ୍ଦିରରେ ରତ୍ନମୁଦ, ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ବିଜେ ଉତ୍ସବ ସହ ଭକ୍ତିମୟ ପରିବେଶରେ ନୀଳଚକ୍ର ବାନା ସ୍ଥାପନା ଅନୁଷ୍ଠିତ ହୋଇଯାଇଛି। ଦେଉଳିଧରପୁର ପଞ୍ଚାୟତ ପାଇଁ ଏକମାତ୍ର ଜଗନ୍ନାଥ ମନ୍ଦିର ହେବାରୁ ଅଞ୍ଚଳରେ ଉତ୍ସବମୂଖର ପରିବେଶ ସୃଷ୍ଟି ହୋଇଥିଲା। ପ୍ରତିଷ୍ଠା ଉତ୍ସବ ରେ ପ୍ରଥମେ ଶୁଭ କଳସ ଯାତ୍ରା
ଶତାଧିକ ମହିଳା ତ୍ରିବେଣୀ ଘାଟରୁ କଳସରେ ପବିତ୍ର ଜଳ ଆଣି ନାମ ସଂକୀର୍ତନ ଓ ଘଣ୍ଟ-ଘଣ୍ଟା ବାଦ୍ୟ ମଧ୍ୟରେ ଯଜ୍ଞ ମଣ୍ଡପ ରେ ଅବସ୍ଥାପିତ କରିଥିଲେ। ପରେ ସୁନ୍ଦରାକାଣ୍ଡ ପାଠ, ହୋମ ଯଜ୍ଞ, ଘୃତ ଯଜ୍ଞ, ନାମ ଯଜ୍ଞ ଓ ଅନ୍ନଯଜ୍ଞ ଭଳି ବିଭିନ୍ନ ବୈଦିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ବେଦମନ୍ତ୍ର ଓ ପୂଜାର୍ଚ୍ଚନା ମଧ୍ୟରେ ବିଗ୍ରହମାନଙ୍କୁ ଗର୍ଭଗୃହରେ ବିଜେ କରାଯାଇଥିଲା। ଏହା ସହିତ ମନ୍ଦିର ଶିଖରରେ ପବିତ୍ର ନୀଳଚକ୍ର ଚଢ଼ାଯିବା ମୁହୂର୍ତ୍ତ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ଆନନ୍ଦଦାୟକ ଥିଲା। ନୀଳଚକ୍ର ଉଦ୍ଘାଟନ ସମୟରେ ଜୟ ଜଗନ୍ନାଥ ଧ୍ୱନିରେ ପରିବେଶ କମ୍ପିଉଠିଥିଲା।
ମନ୍ଦିର କମିଟିର ସଭାପତି ଭରତ ଚନ୍ଦ୍ର ପାତ୍ର ଙ୍କ ନେତୃତ୍ୱ ରେ କର୍ତ୍ତା ଭାବେ ଭରତଚନ୍ଦ୍ର ପାତ୍ର,ହଳଧର ରାୟ ,ସଂଗ୍ରାମ କେଶରୀ ପାତ୍ର,ଦିଲୀପ ପାତ୍ର, ଅଶୋକ ପାତ୍ର,ଓ କର୍ତି ଭାବେ ମୀନାକ୍ଷୀ ପାତ୍ର,ସୁଲୋଚନା ରାୟ,ଲକ୍ଷ୍ମୀ ପାତ୍ର,ଜୟନ୍ତୀ ପାତ୍ର, ଜସ୍ମିନ ପାତ୍ର,,, ଉତ୍ସବ ପରିଚାଳନାରେ ସକ୍ରିୟ ଭୂମିକା କରିଥିବା ବେଳେ ସମସ୍ତ ଗ୍ରାମବାସୀ ଙ୍କ ସମ୍ପୂର୍ଣ ସହଯୋଗ ରହିଥିଲା!ଏହି ପ୍ରତିଷ୍ଠା ଉତ୍ସବ ଭଅଁରାଗଡ଼ ଅଞ୍ଚଳରେ ଧାର୍ମିକ ଐକ୍ୟ, ସାମ୍ପ୍ରଦାୟିକ ସମନ୍ୱୟ ଓ ଆଧ୍ୟାତ୍ମିକ ଜାଗରଣର ଆରମ୍ଭ କରିଛି ବୋଲି ଅଞ୍ଚଳବାସୀମାନେ ମତ ପ୍ରକାଶ କରିଛନ୍ତି l