ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ରାଜସ୍ଥାନର ଆଜମେର ଗସ୍ତ ସମୟରେ ୧୪ ବର୍ଷ ଏବଂ ତା’ଠାରୁ ଅଧିକ ବୟସର ଝିଅମାନଙ୍କ ପାଇଁ ଏକ ଦେଶବ୍ୟାପୀ ମାନବ ପାପିଲୋମାଭାଇରସ୍ (HPV) ଟୀକାକରଣ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ଲକ୍ଷ୍ୟ ଗର୍ଭାଶୟ କର୍କଟ ରୋଗକୁ ରୋକିବା। ସର୍ଭାଇକାଲ କ୍ୟାନ୍ସର ମୁକାବିଲା ପାଇଁ ୯-୧୪ ବର୍ଷର ବାଳିକାଙ୍କୁ ଟିକା ଦିଆଯିବ । ପ୍ରଥମ ଡୋଜ ପରବର୍ତ୍ତୀ ୩ ଡୋଜ ମଧ୍ୟରେ ବର୍ଷେ ଅନ୍ତରାଳ ରହିଛି । କାୟାଦ ରେଷ୍ଟ ହାଉସରୁ ଟିକାକରଣ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
ଏହି ଅଭିଯାନ ଅଧୀନରେ ସରକାର ପ୍ରତିବର୍ଷ ପ୍ରାୟ ୧.୧୫ କୋଟି ୧୪ ବର୍ଷର କିଶୋରୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଏହି ଟିକା ପ୍ରଦାନ କରିବେ । ସରକାରୀ ଡାକ୍ତରଖାନାରେ ଏହି ଟିକା ଉପଲବ୍ଧ ହେବ । ସ୍ୱେଚ୍ଛାକୃତ ଭାବେ ଦିଆଯାଉଥିବା ଏହି ଟିକାକରଣ ‘ସ୍ୱସ୍ଥ ନାରୀ, ସଶକ୍ତ ରାଷ୍ଟ୍ର’ ସଂକଳ୍ପକୁ ଆହୁରି ମଜବୁତ କରିବ । ମହିଳାମାନଙ୍କ ମଧ୍ୟରେ କର୍କଟ ସମ୍ପର୍କିତ ରୋଗର ପ୍ରମୁଖ କାରଣ ମଧ୍ୟରୁ ଗୋଟିଏ, ଏବଂ ଏହା ସାରା ଦେଶରେ ଝିଅ ଏବଂ ମହିଳାଙ୍କ ଦୀର୍ଘକାଳୀନ ସ୍ୱାସ୍ଥ୍ୟକୁ ସୁରକ୍ଷା ଦେବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ।
କାହିଁକି ଜରୁରୀ ଏହି ଟିକା ? ଭାରତରେ ମହିଳାମାନଙ୍କ ମଧ୍ୟରେ ଦେଖାଯାଉଥିବା କର୍କଟ ମଧ୍ୟରେ ଅଧିକାଂଶ ସର୍ଭାଇକାଲ କ୍ୟାନ୍ସରରେ ପୀଡ଼ିତ । ଦେଶରେ ପ୍ରତିବର୍ଷ ପ୍ରାୟ ୮୦ ହଜାର ନୂଆ ମାମଲା ସାମ୍ନାକୁ ଆସୁଥିବା ବେଳେ ୪୨ ହଜାରରୁ ଅଧିକ ମହିଳାଙ୍କ ମୃତ୍ୟୁ ଘଟୁଛି । ଡାକ୍ତରଙ୍କ ଅନୁଯାୟୀ, HPV ଭାଇରସ ବିଶେଷ କରି ଟାଇପ୍ ୧୬ ଏବଂ ୧୮ ଯୋଗୁଁ ଏହି କର୍କଟ ହୋଇଥାଏ । ସଠିକ୍ ସମୟରେ ଟିକାକରଣ ଏବଂ ଯାଞ୍ଚ ଦ୍ୱାରା ଏହି ମାରାତ୍ମକ ରୋଗକୁ ରୋକାଯାଇପାରିବ ।