ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଘୋଳପୁର ଠାରେ ଗ୍ରାମର ଅତି ପୁରାତନ ମା ଚଣ୍ଡୀଙ୍କ ମନ୍ଦିର ପ୍ରତିଷ୍ଠା ଓ ପ୍ରତିମା ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଯଜ୍ଞ ମଣ୍ଡପରେ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ସହ ଶତାଧିକ ବ୍ରତାଧାରି କଳସ ସ୍ଥାପନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଖରସ୍ରୋତା ନଦୀ କୂଳରେ ବିଦ୍ୱାନ ପଣ୍ଡିତ ଙ୍କ ଦ୍ଵାରା ପୂଜାର୍ଚ୍ଚନା ପରେ ଶୋଭାଯାତ୍ରାରେ ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲେ ।
ଶଙ୍ଖ ହୁଳହୁଳି ଓ ନାମ ସଙ୍କୀର୍ତ୍ତନ ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। କଳସ ସ୍ଥାପନ ପରେ ପୂଜା କର୍ମ ଆରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମ ୩ ଦିନ ଧରି ଚାଲିବ । ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ ଶହ ଶହ ଶ୍ରଦ୍ଧାଳୁ ଙ୍କ ସମାଗମ ହେବା ସହ ସନ୍ଧ୍ୟାରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆୟୋଜକ ମାନେ ମତ ଦେଇଛନ୍ତି ।