ନୂଆଦିଲ୍ଲୀ: ଆହତ ସମସ୍ୟାରେ ଜର୍ଜରିତ ଭାରତୀୟ ଦଳକୁ ଆଉ ଗୋଟିଏ ଧକ୍କା ଲାଗିଛି । ଦ୍ରୁତ ବୋଲର୍ Mohammed Siraj ଅଭ୍ୟାସ ସମୟରେ ଆହତ ହୋଇଛନ୍ତି । Narendra Modi Stadiumରେ ଦଳ ଅଭ୍ୟାସ କରୁଥିବାବେଳେ Hardik Pandyaଙ୍କ ଏକ ଜୋରଦାର ସଟ୍ ସିରାଜଙ୍କ ବାମ ଆଣ୍ଠୁରେ ବାଜିଥିଲା । ଆଣ୍ଠୁରେ ଯନ୍ତ୍ରଣା ଅନୁଭବ କରି ସେ ତତ୍କ୍ଷଣାତ୍ ଅଭ୍ୟାସ ବନ୍ଦ କରିଦେଇଥିଲେ । ତାଙ୍କ ଆଘାତ କେତେ ଗୁରୁତର, ସେନେଇ ଏପର୍ଯ୍ୟନ୍ତ ଦଳ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନାହିଁ ।
ଗୁରୁତ୍ୱପୂର୍ଣ୍ଣ ସୁପର-୮ ପର୍ବ ପୂର୍ବରୁ ସିରାଜଙ୍କ ଆହତ ହେବା ଦଳ ପାଇଁ ଚିନ୍ତାଜନକ । ଏପର୍ଯ୍ୟନ୍ତ Washington Sundar ସଂପୂର୍ଣ୍ଣ ସୁସ୍ଥ ହୋଇନାହାନ୍ତି । ତା ସହିତ ବିଶ୍ୱକପ୍ ପୂର୍ବରୁ Harshit Rana ଆହତ ହୋଇ ଦଳରୁ ବାଦ ପଡ଼ିଥିଲେ, ତାଙ୍କ ସ୍ଥାନରେ ସିରାଜଙ୍କୁ ସାମିଲ କରାଯାଇଥିଲା ।ଅନ୍ୟପଟେ Abhishek Sharma ଓ Jasprit Bumrah ଅସୁସ୍ଥତା ପରେ ସୁସ୍ଥ ହୋଇ ଦଳକୁ ଫେରିଛନ୍ତି । ଏପରି ପରିସ୍ଥିତିରେ ସିରାଜଙ୍କ ଚୋଟ ଦଳର ବୋଲିଂ ବିଭାଗ ପାଇଁ ଅତିରିକ୍ତ ଚାପ ସୃଷ୍ଟି କରିଛି । ବିଶ୍ୱକପ୍ରେ ସିରାଜ କେବଳ United States national cricket team ବିରୋଧରେ ଗୋଟିଏ ମ୍ୟାଚ୍ ଖେଳିଥିଲେ । ପରବର୍ତ୍ତୀ ମ୍ୟାଚ୍ଗୁଡ଼ିକରେ ସେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ । ତେବେ ସୁପର-୮ ପର୍ବରେ ତାଙ୍କ ଅନୁଭବ ଦଳ ପାଇଁ ଦରକାରୀ ହୋଇପାରୁଥାନ୍ତା ।