ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କରେ ଦୁର୍ଘଟଣା ରେ ଯୁବକ ଗୁରୁତର।

ହିଞ୍ଜିଳିକାଟୁ ସହର ସିନେମା ହଲ ଛକ ନିକଟରେ ସଡ଼କ ରେ ଦୁର୍ଘଟଣା ରେ ଯୁବକ ଗୁରୁତର। ଆସ୍କା ରୁ ବ୍ରହ୍ମପୁର ଆଭିମୁଖେ ଯାଉଥିବା ବାଲି ବୋଝେଇ ହଇୱା ଧକ୍କା ରେ ଯୁବକ ଗୁରୁତର ହୋଇଥିବା ଜଣା ପଡିଛି। ଗୁରୁତର ଯୁବକ ଜଣକ ହେଲେ ବୁଗୁଡ଼ା ପଙ୍କଳବାଡି ଗ୍ରାମ ର କୁନା ଦୋରା ।

 

କୁନା ଓ ତାଙ୍କ ମା ବାଇକ ଯୁଗେ ପଙ୍କଳବାଡି ଗ୍ରାମ ରୁ ବ୍ରହ୍ମପୁର ଯିବା ସମୟ ରେ ବାଲି ବୋଝେଇ ହାଇୱା ଧକ୍କା ଦେଇଥିଲା ଯୁବକ ଗୁରୁତର ହୋଇଥିବା ବେଳେ ହିଞ୍ଜିଳି ପୋଲିସ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଯୁବକ ଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲ୍ କୁ ସ୍ଥାନାନ୍ତରିତ ହୋଇଥିବା ଜଣା ପଡିଛି।