ରାଜ୍ୟରେ ଜବତ ହେଲାଣି କୋଟି କୋଟି ଟଙ୍କାର ମଦ

ରାଜ୍ୟରେ ଜବତ ହେଲାଣି କୋଟି କୋଟି ଟଙ୍କାର ମଦ । ୮୨ କୋଟି ୪୮ ଲକ୍ଷ୍ୟ ଟଙ୍କାର ନକଲି ମଦ ଜବତ ହୋଇଥିବା ନେଇ ବିଧାନସଭା ଗୃହରେ ରାଜ୍ୟପାଳ ତାଙ୍କ ଅଭିଭାଷଣରେ ସୂଚନା ଦେଇଛନ୍ତି । ୧୫, ହଜାର ୪୫ ଟି ମାମଲା ରୁଜୁ କରାଯାଇଥିବା ବେଳେ ୭୧୭୫ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୨୦୨୫-୨୬ ରେ ୯ହଜାର ୬୭୭ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ବେଳେ ୩୮ ଟି ମାମଲାରେ ସାତ ଜଣଙ୍କୁ ଗିରଫ କରାଯାଇଛି ।

ଅନ୍ୟପଟେ, ପ୍ରାୟ ୩.୧୨ଲକ୍ଷ ହିତାଧିକାରୀଙ୍କ E-KYC ଅର୍ଥାତ ପ୍ରାୟ ୯୬%ସଫଳତାର ସହ ସମାପ୍ତ ହୋଇଛି । ନୂତନ ରାସନ କାର୍ଡ ପାଇଁ ରାଜ୍ୟରେ ୧୫ ଲକ୍ଷ ଆବେଦନ ଗ୍ରହଣ କରାଯାଇଛି । ଏପର୍ୟ୍ୟନ୍ତ ୩.୨୩ ଲକ୍ଷ ଯୋଗ୍ୟ ପରିବାରର ୬.୪୦ ଲକ୍ଷ ନୂତନ ହିତାଧିକାରୀଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ।