ଶାନ୍ତି ଶୃଙ୍ଖଳାରେ ସମ୍ପନ୍ନ ହେଲା ଭଦ୍ରକ ଜିଲ୍ଲା ଆରଡ଼ି ଆଖଣ୍ଡଳମଣିଙ୍କ ପୀଠରେ ଜାଗରଯାତ୍ରା . ସଠିକ ସମୟ ଭୋର 4ଟା 30ମିନିଟ ରେ ମନ୍ଦିର ଚୁଡାରେ ସ୍ଥାପନ ହୋଇଥିଲା ମହାଦୀପ. ଲକ୍ଷାଧିକ ଭକ୍ତଙ୍କ ହରିବୋଲ ହୁଳହୁଳି ଓ ଘଣ୍ଟା କୀର୍ତ୍ତନର ଶବ୍ଦରେ ମହାଦୀପକୁ ମୁଣ୍ଡାଇ ବେଢା ପ୍ରଦକ୍ଷଣ କରିବା ପରେ ମନ୍ଦିର ଚୁଡାରେ ସ୍ଥାପନ କରାଯାଇଥିଲା ମହାଦୀପ. ଲକ୍ଷାଧିକ ଭକ୍ତ ରାତି ଉଜାଗର ହୋଇ ଜାଗର ଜାଳିବା ସହ ବାବାଙ୍କ ଅପୂର୍ବ ସୁନା ବେଶ ଦର୍ଶନ କରିଥିଲେ. ସୁନା ବେଶ ଓ ମହାଦୀପ ଦେଖି ଭକ୍ତ ବିଭୋର ହୋଇଯାଇଥିଲେ. ମହାଶିବରାତ୍ରି ପାଇଁ ଦିନ ତମାମ ଚଲଚଞ୍ଚଳ ହୋଇଥିଲା ଆରଡ଼ି ପୀଠ.