ମ୍ୟାଚ୍ ପୂର୍ବରୁ ମହାକାଳେଶ୍ଵର ମନ୍ଦିରରେ ଟିମ୍ ଇଣ୍ଡିଆ, ମନ୍ତ୍ର ଉଚ୍ଚାରଣ ସହିତ କଲେ ଜଳାଭିଷେକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୬ରେ ଆଜି ଭାରତ-ପାକିସ୍ତାନ ମଧ୍ୟରେ ହେବ ରୋମାଞ୍ଚକର ମୁକାବିଲା। ICC Men’s T20 World Cupରେ ଯେତେବେଳେ ଭାରତ ଓ ପାକିସ୍ତାନ ସାମ୍ନାସାମ୍ନି ହୁଅନ୍ତି, ସେତେବେଳେ ସମଗ୍ର ବିଶ୍ୱର କ୍ରିକେଟ୍ ପ୍ରେମୀମାନଙ୍କ ମଧ୍ୟରେ ଅଲଗା ଧରଣର ଉତ୍ସାହ ଦେଖିବାକୁ ମିଳେ। ଏହି ମହାମୁକାବିଲା ପାଇଁ ଦୁଇ ଦେଶର ଫ୍ୟାନ୍ସ ଅତ୍ୟନ୍ତ ଉତ୍ସୁକ ରହିଛନ୍ତି। ଆଜି ସନ୍ଧ୍ୟା ୭ଟାରେ କଲମ୍ବୋର R. Premadasa Stadiumରେ ଏହି ମ୍ୟାଚ୍ ଖେଳାଯିବ। ମ୍ୟାଚ୍ ସମୟ ନିକଟ ଆସୁଥିବା ସହିତ ଦର୍ଶକଙ୍କ ଉତ୍ସାହ ଦିନକୁ ଦିନ ବଢ଼ିଚାଲିଛି।

ଟିମ୍ ଇଣ୍ଡିଆର ବିଜୟ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପୂଜା-ଅର୍ଚ୍ଚନା କରାଯାଉଛି। ମହାଶିବରାତ୍ରୀ ଅବସରରେ ଉଜ୍ଜୈନର ପ୍ରସିଦ୍ଧ Mahakaleshwar Jyotirlinga ମନ୍ଦିରରେ ଭାରତର ବିଜୟ ପାଇଁ ବିଶେଷ ପୂଜା ଓ ଜଳାଭିଷେକ କରାଯାଇଛି। ଭକ୍ତମାନେ ଟିମ୍ ଇଣ୍ଡିଆର ପୋଷ୍ଟର ସହିତ ପ୍ରାର୍ଥନା କରି ଦଳର ସଫଳତା କାମନା କରିଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍ ସଦା ଭାବନା ଓ ଉତ୍ସାହର ମିଶ୍ରଣ ହୋଇଥାଏ। ଏହି ମ୍ୟାଚ୍ କେବଳ ଖେଳ ନୁହେଁ, ଦୁଇ ଦେଶର କ୍ରିକେଟ୍ ପ୍ରେମୀଙ୍କ ପାଇଁ ଗର୍ବ ଓ ଆତ୍ମସମ୍ମାନର ପ୍ରତିକ ହୋଇଥାଏ। ଆଜିର ମୁକାବିଲା କେଉଁ ଦଳ ପକ୍ଷରେ ଯିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।