ଭୁବନେଶ୍ୱର/କଟକ: ଗୁରୁତ୍ୱପୂର୍ଣ୍ଣ ଯାନ୍ତ୍ରିକ ଉନ୍ନତିକରଣ, ମରାମତି ଓ ବୈଦ୍ୟୁତିକ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଫେବୃଆରୀ ୧୧ ତାରିଖ ଦିନ ଭୁବନେଶ୍ୱର ଓ କଟକ ସହରର ବିଭିନ୍ନ ଅଞ୍ଚଳରେ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ ବୋଲି TPCODL ପକ୍ଷରୁ ସୂଚନା ଦିଆଯାଇଛି।
- ଭୁବନେଶ୍ୱରରେ ବିଦ୍ୟୁତ୍ କାଟ୍ ଅଞ୍ଚଳ ଓ ସମୟ
- କଳିଙ୍ଗନଗର ଡୁମଡୁମା, ଜାଭିୟର ପାଲ୍ ହାଇଟ୍ସ, ନୟାପଲ୍ଲୀ ରେଣ୍ଟାଲ: ସକାଳ ୯ଟାରୁ ଦିନ ୨ଟା
- ବଡ଼ଗଡ଼ ବ୍ରହ୍ମେଶ୍ୱର, ୟୁନିଟ୍-୪, ୟୁନିଟ୍-୯: ସକାଳ ୮ଟାରୁ ଦିନ ୧ଟା
- ବାରଙ୍ଗ, ଧଉଳି ହାଇଟେକ୍: ସକାଳ ୧୦ଟାରୁ ଅପରାହ୍ନ ୩ଟା
- ବରମୁଣ୍ଡା CRPF: ସକାଳ ୮ଟା ୩୦ରୁ ଦିନ ୧ଟା
- ଡେଲ୍ଟା ବରମୁଣ୍ଡା: ସକାଳ ୮ଟାରୁ ଦିନ ୧୨ଟା
- ରସୁଲଗଡ଼ କଳ୍ପନା: ସକାଳ ୧୦ଟାରୁ ଦିନ ୨ଟା
- ଓଲ୍ଡ ଟାଉନ, ଗଙ୍ଗୁଆ, କେଦାରଗୌରୀ, ବଶିଷ୍ଟ ନଗର, ବିନ୍ଦୁ ସାଗର, ବଡ଼ ସାହି: ସକାଳ ୯ଟା ୩୦ରୁ ଦିନ ୧୨ଟା ୩୦
- ମଞ୍ଚେଶ୍ୱର VSS ନଗର: ସକାଳ ୬ଟା ୩୦ରୁ ସକାଳ ୧୦ଟା
- କାନନବିହାର–ଶିଖରଚଣ୍ଡୀ: ସକାଳ ୯ଟା ୩୦ରୁ ଦିନ ୧୨ଟା ୨୫
- ଲିଙ୍ଗରାଜ, ରମାଦେବୀ ବିଶ୍ୱବିଦ୍ୟାଳୟ, MI କଲୋନୀ: ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା
କଟକରେ ବିଦ୍ୟୁତ୍ କାଟ୍ ଅଞ୍ଚଳ
- କିଶନନଗର ରାମକୁମାରପୁର: ସକାଳ ୧୦ଟା ୦୭ରୁ ଦିନ ୨ଟା ୦୮
- ମହାନଦୀ ବିହାର, ଗଣ୍ଡରପୁର, ମାଳୀପୁର: ସକାଳ ୧୦ଟାରୁ ଦିନ ୨ଟା
- ଖପୁରିଆ: ସକାଳ ୧୧ଟାରୁ ଅପରାହ୍ନ ୩ଟା
- ଶିଶୁଭବନ–ଟାଉନହଲ୍: ସକାଳ ୯ଟା ୩୦ରୁ ଦିନ ୧ଟା ୩୦
- ବିଡ଼ାନାଶି, କନ୍ଦରପୁର AIR, ଚାଉଳିଆଗଞ୍ଜ: ସକାଳ ୧୦ଟାରୁ ଦିନ ୧ଟା ୩୦
TPCODL ପକ୍ଷରୁ ଗ୍ରାହକମାନଙ୍କୁ ହେବାକୁଥିବା ଅସୁବିଧା ପାଇଁ ଦୁଃଖ ପ୍ରକାଶ କରାଯାଇଛି ଏବଂ ସହଯୋଗ ଅନୁରୋଧ କରାଯାଇଛି।