ବାଲେଶ୍ୱର ଜିଲ୍ଲା ସୋର ରେ ହାତୀ ଦାନ୍ତ ରାକେଟ, ଗ୍ରାହକ ବେଶରେ ଯାଇ ୪ ଜଣଙ୍କୁ ବାନ୍ଧିଲା ବନବିଭାଗ। ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗର ନିକଟରୁ ଦୁଇଟି ହାତୀ ଦାନ୍ତ ଜବତ ସହ ୪ ଜଣଙ୍କୁ ଗିରଫ କରିଛି ବାଲେଶ୍ୱର ବନବିଭାଗ ର ଏକ ସ୍ୱତନ୍ତ୍ର ଟିମ । ସୂଚନା ଅନୁସାରେ ତଳନଗରେ ଦୁଇଟି ହାତୀ ଦାନ୍ତ ବିକ୍ରି କରିବା ପାଇଁ ମୁଲଚାଲ ଚାଲିଥିବା ବେଳେ ବନବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗ୍ରାହକ ବେଶରେ ପହଁଚି ଦୁଇଟି ହାତୀ ଦାନ୍ତ ଜବଦ ସହ ଚାରି ଜଣଙ୍କୁ ବାନ୍ଧିଛି ବନବିଭାଗ । ଗିରଫ ହୋଇଥିବା ବ୍ୟକ୍ତି ସୋର ଅଞ୍ଚଳ ର ବୋଲି ଜଣାପଡିଛି ।