ନୂଆଦିଲ୍ଲୀ: ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ପିଟିହେଲେ ୨ଟି ହାଇସ୍ପିଡ୍ ଟ୍ରେନ୍ । ୨୧ ଯାତ୍ରୀଙ୍କ ମୃତ୍ୟୁ , ଶତାଧିକ ଆହତ। ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି । ଦକ୍ଷିଣ ସ୍ପେନରେ ଦୁଇଟି ହାଇସ୍ପିଡ୍ ଟ୍ରେନ୍ ମଧ୍ୟରେ ଭୟଙ୍କର ଦୁର୍ଘଟଣା ହୋଇଛି । କଂଣ୍ଡ୍ରିବା ସହରର ଆଦାମୁଜ ଅଞ୍ଚଳରେ ଘଟିଛି ଭୟଙ୍କର ଦୁର୍ଘଟଣା । ଗୋଟିଏ ଟ୍ରେନ ଲାଇନଚ୍ୟୁତ୍ ହୋଇ ଅନ୍ୟ ଟ୍ରାକ୍ ରେ ପଡିବା ପରେ ଧକ୍କା ଦେଲା ଅନ୍ୟ ଏକ ଟ୍ରେନ୍ । ଘଟଣାସ୍ଥଳରେ ଏବେବି ରେସ୍କ୍ୟୁ ଅପରେସନ୍ ଜାରି ରହିଛି । ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ଘଟଣାକୁ ନେଇ ଦୁଖଃ ପ୍ରକାଶ କରିଛନ୍ତି । ଟ୍ରେନ ଲାଇନଚ୍ୟୁତ ହେବାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।
ସ୍ପେନର ରେଳ ଏଜେନ୍ସି, ADIF ଅନୁଯାୟୀ, ଦୁର୍ଘଟଣାଟି କର୍ଡୋବାର ଆଡାମୁଜ୍ ଷ୍ଟେସନ ନିକଟରେ ସନ୍ଧ୍ୟା ପ୍ରାୟ ୫:୪୦ GMT ରେ ଘଟିଥିଲା। ପ୍ରାରମ୍ଭିକ ସୂଚନା ଅନୁଯାୟୀ ମାଲାଗାରୁ ମାଡ୍ରିଡ୍ ଯାଉଥିବା ଇରିଓ ୬୧୮୯ ହାଇ-ସ୍ପିଡ୍ ଟ୍ରେନ୍ ହଠାତ୍ ଲାଇନଚ୍ୟୁତ ହୋଇ ନିକଟସ୍ଥ ଏକ ଟ୍ରାକରେ ଓଲଟି ପଡ଼ିଥିଲା। ଏହା ମାଡ୍ରିଡ୍ ରୁ ହୁଏଲଭା ଯାଉଥିବା ଏକ ସାମ୍ନାପଟୁ ଟ୍ରେନ୍ ସହିତ ଧକ୍କା ହୋଇଥିଲା।ଧକ୍କା ପରେ ଉଭୟ ଟ୍ରେନ ଗୁରୁତର ଭାବରେ ଲାଇନଚ୍ୟୁତ ହୋଇଥିଲା। ଅନେକ କୋଚ୍ ଲାଇନଚ୍ୟୁତ ହୋଇଥିଲା ଏବଂ କିଛି ବଗି ପରସ୍ପର ଉପରେ ଚଢିଯାଇଥିଲା। ଯାତ୍ରୀମାନଙ୍କୁ ଉଦ୍ଧାର କରିବା ପାଇଁ ଭାରୀ ଉଦ୍ଧାର ଯନ୍ତ୍ରପାତି ଆବଶ୍ୟକ ହେବାରୁ ଦୁର୍ଘଟଣାର ଗମ୍ଭୀରତା ସ୍ପଷ୍ଟ ହୋଇଛି।