WPL 2026ରେ ରେକର୍ଡ ଭାଙ୍ଗିଲେ ସ୍ମୃତି, ପଛରେ ପଡ଼ିଗଲେ ଏମାନେ

ନୂଆଦିଲ୍ଲୀ: ଗତକାଲି RCB ଏବଂ DC ମଧ୍ୟରେ ଖେଳାଯାଇଥିବା WPL 2026 ମ୍ୟାଚରେ RCB ବ୍ୟାଟ୍ସମ୍ୟାନ୍ ସ୍ମୃତି ମନ୍ଧାନା ଚମତ୍କାର ବ୍ୟାଟିଂ କରିଥିଲେ। ତାଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ RCB, DCକୁ ପରାସ୍ତ କରିଥିଲା ​​ଏବଂ WPL ର ଚଳିତ ସିଜନରେ ଲଗାତାର ଚତୁର୍ଥ ବିଜୟ ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରି, DC 167 ରନର ଟାର୍ଗେଟ ଦେଇଥିଲା, ଯାହାକୁ RCB ମାନ୍ଧାନାଙ୍କ 96 ରନର ଇନିଂସ ଆଧାରରେ 8 ୱିକେଟ ବାକି ଥାଇ ସହଜରେ ହାସଲ କରିଥିଲା।

ଏହି ମ୍ୟାଚ୍‌ରେ ସ୍ମୃତି ମନ୍ଧାନା ହୁଏତ ଶତକରୁ ବଞ୍ଚିତ ହୋଇଥିଲେ, କିନ୍ତୁ ସେ ଇତିହାସ ସୃଷ୍ଟି କରିଥିଲେ । WPL ଇତିହାସରେ ସର୍ବାଧିକ ସ୍କୋରିଂ ଭାରତୀୟ ହୋଇ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହରମନପ୍ରୀତ କୌରଙ୍କ ରେକର୍ଡ ଭାଙ୍ଗିଛନ୍ତି ସ୍ମୃତି । ସ୍ମୃତି ମନ୍ଧାନାଙ୍କ 96 ରନର ଇନିଂସ WPL ଇତିହାସରେ ଜଣେ ଭାରତୀୟଙ୍କ ଦ୍ୱାରା ସର୍ବାଧିକ ବ୍ୟକ୍ତିଗତ ସ୍କୋର। ପୂର୍ବରୁ, ଏହି ରେକର୍ଡ ହରମନପ୍ରୀତ କୌରଙ୍କ ନାମରେ ଥିଲା, ଯିଏ 2024ରେ ଅପରାଜିତ 95 ରନ କରିଥିଲେ।

WPL ଇତିହାସରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିବା ବ୍ୟାଟ୍ସମ୍ୟାନ୍
୯୬ – ମନ୍ଧାନା (୨୦୨୬)
୯୫ – ହରମନପ୍ରୀତ କୌର (୨୦୨୪)
୮୮ – ଦୀପ୍ତି ଶର୍ମା (୨୦୨୪)
୮୪ – ଶାଫାଲି ବର୍ମା (୨୦୨୩)
୮୧ – ସ୍ମୃତି ମନ୍ଧାନା (୨୦୨୫)

DC ବିପକ୍ଷରେ RCBର ବିଜୟରେ ସ୍ମୃତି ମନ୍ଧାନା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ୯୬ ରନର ଚମତ୍କାର ଇନିଂସ ପାଇଁ ତାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା। ଯଦି RCB ଆଉ ଏକ ବିଜୟ ହାସଲ କରିବାରେ ସଫଳ ହୁଏ, ତେବେ ସେମାନେ ଏହି ସିଜନରେ ପ୍ଲେଅଫରେ ପହଞ୍ଚିବା ପାଇଁ ପ୍ରଥମ ଦଳ ହୋଇପାରିବେ। RCB ଏହି ସିଜନରେ ଏପର୍ଯ୍ୟନ୍ତ ଏହାର ସମସ୍ତ ଚାରୋଟି ମ୍ୟାଚ୍ ଜିତିଛି ଏବଂ ପଏଣ୍ଟ ଟେବୁଲର ଶୀର୍ଷରେ ଅଛି।