ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତ୍ରୀ ଏଲିନା ଦାସ । ବିଜେଡିକୁ ଏଲିନା ଦାଶ ଟାର୍ଗେଟ କରି କହିଛନ୍ତି,ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା। ତାଳ ଗଛର ବରଡ଼ା ଉପାଖ୍ୟାନ ଦେଇ ଦଳୀୟ ଶୃଙ୍ଖଳାକୁ ତାତ୍ସଲ୍ୟ କରି ସେ କହିଛନ୍ତି, ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି। ମଝି ବରଡ଼ା ଥାଇ କହୁଛି ମୋ ବେଳ କାଳ ଆସୁଛି। ୫୧ରୁ ୫୦ ହେଲେ, ଏବେ ୪୮ ହେଲେ। ଗୋଟିଏ କ୍ରୀତଦାସ ପାଇଁ ବିଜେଡି କର୍ମୀ ତୃଣମୂଳ ସ୍ତରରେ ହନ୍ତସନ୍ତ। ଯଦି ବିଧାୟକମାନେ ଏକ ନ ହୋଇ କ୍ରୀତଦାସତା କରିବେ। ଆଗାମୀ ଦିନରେ କାହା ବେଳ କାଳ କେତେବେଳେ ଆସିବ। କେବଳ ପ୍ରେସ ରିଲିଜ ଏବଂ ମିଡିଆରୁ ହିଁ ସମସ୍ତେ ଜାଣିବାକୁ ପାଇବେ। ବେଳ ଥାଉ ଥାଉ ବିଧାୟକ ଏକ ହେବାକୁ ପରାମର୍ଶ ଦେଇଛନ୍ତି ଏଲିନା। ଏକତା ହିଁ ବଳ, ବିଭାଜନ ହିଁ ପତନ ବୋଲି ଏଲିନା କହିଛନ୍ତି।