ଭୁବନେଶ୍ଵର: କିସ୍ ଛାତ୍ର ହତ୍ୟା ଘଟଣାରେ ୧୧ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି । BNSS ୧୮୩ ଅନୁସାରେ ୧୧ ଛାତ୍ରଙ୍କ ବୟାନ ରେକର୍ଡ ହୋଇଛି । ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଛାତ୍ରଙ୍କ ବୟାନ ରେକର୍ଡ କରାଯାଇଛି । ବୟାନ ରେକର୍ଡ ହୋଇଥିବା ଛାତ୍ରଙ୍କ ମଧ୍ୟରେ ୭ ପ୍ରତ୍ୟକ୍ଷଦର୍ଶୀ ଅଛନ୍ତି । ବୟାନ ରେକର୍ଡ ପରେ ଛାତ୍ରମାନଙ୍କୁ ପରିବାରକୁ ହସ୍ତାନ୍ତର କରାଯାଇଛି । ଆଗକୁ ଆହୁରି ଅଧିକ ଛାତ୍ରଙ୍କର ବୟାନ ରେକର୍ଡ ସମ୍ଭାବନା ରହିଛି ।

ସୂଚନାଥାଉକି, ଗତ ୧୨ ତାରିଖରେ କିସ୍ରେ କେନ୍ଦୁଝର ଟାଉନ୍ ଥାନା ଟିକର ଘୁମୁରାର ଶିବ ମୁଣ୍ଡାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା । ଶିବଙ୍କୁ ତଣ୍ଟି ଚିପି ସହପାଠୀ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା । ଏହି ଘଟଣାରେ ପ୍ରଥମ ଫେଜ୍ରେ ପ୍ରାୟ ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।