ହ୍ୟୁମାନ ସାଗରଙ୍କ ସମାଧି ପୀଠରେ ମୁଣ୍ଡ ପିଟି ପିଟି କାନ୍ଦିଲେ ଶ୍ରୀୟା

ଟିଟିଲାଗଡ଼: ଆଜି ସନ୍ଧ୍ୟାରେ ଟିଟିଲାଗଡ଼ ବଏଜ୍‌ ହାଇସ୍କୁଲ ପଡ଼ିଆଠାରେ ଓଡିଶା କଳାକାର ଏକତା ମଞ୍ଚ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ହ୍ୟୁମାନଙ୍କ ସ୍ତ୍ରୀ ଶ୍ରୀୟା ମିଶ୍ର । ସ୍ବାମୀ ହ୍ୟୁମାନଙ୍କ ସମାଧି ପୀଠକୁ ଯାଇ ସେଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଭୋ ଭୋ ହୋଇ କାନ୍ଦିଛନ୍ତି ଶ୍ରେୟା । ଶ୍ରେୟା କହିଛନ୍ତି, ନିଜକୁ କ’ଣ କରିଦେଲ? ଅଭିମାନ କରି ମୋତେ ଏକା କରି ଏମିତି ଚାଲିଗଲ। ଯାହା ସହି ହେଉନାହିଁ। ସେହିପରି ହ୍ୟୁମାନଙ୍କ ମା’ ମଧ୍ୟ ଛାତି ଫଟେଇ କାନ୍ଦୁଛନ୍ତି। କହିଛନ୍ତି, ମୋ ପୁଅକୁ ବୋହୂ ଶ୍ରଦ୍ଧାଞ୍ଜଳି ଦେଇଛି। ମୋ’ ନାତୁଣୀ ଆଉ ମୋ’ ବୋହୂ ମୋତେ ସମ୍ଭାଳିଛନ୍ତି।

ସେପଟେ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ପୁଣି ଉଠିଲା ତଦନ୍ତ ଦାବି। ହ୍ୟୁମାନଙ୍କ ମୃତ୍ୟୁ କେମିତି ହେଲା, ମୃତ୍ୟୁ ପଛରେ କିଏ ଦାୟୀ ସେମାନଙ୍କ ବିରୋଧରେ ହେଉ କାର୍ଯ୍ୟାନୁଷ୍ଠାନ। ଆଜି କିଛି ଏଭଳି ଦାବି କରିଛନ୍ତି ଅଭିନେତା ଅନୁଭବ ମହାନ୍ତି। ଅନ୍ୟପଟେ ପ୍ରସିଦ୍ଧ ଓଲିଉଡ୍ ସିଙ୍ଗର ହ୍ୟୁମାନ ସାଗରଙ୍କ ଘରକୁ ଯାଇ ତାଙ୍କ ମାଆଙ୍କୁ ଭେଟି ସମବେଦନା ଜଣାଇଲେ ଓଡ଼ିଆ ସିନେ ଅଭିନେତା ଅନୁଭବ ମହାନ୍ତି। ଅନୁଭବ ମହାନ୍ତି କହିଛନ୍ତି, ହ୍ୟୁମାନଙ୍କ ମୃତ୍ୟୁର ତଦନ୍ତ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ଉଚିତ । ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଲିଖିତ ଅନୁରୋଧ କରି ସାରିଛି ବୋଲି କହିଛନ୍ତି ଅନୁଭବ ।