ସାରଥୀଙ୍କ ବିରୋଧରେ ଦାଖଲ ହେଲା ଚାର୍ଜଫ୍ରେମ୍, ଜାନୁଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି

କଟକ: ସାରଥୀଙ୍କ ବିରୋଧରେ ଦାଖଲ ହେଲା ଚାର୍ଜଫ୍ରେମ୍ । କ୍ରାଇମବ୍ରାଞ୍ଚର ମୂଳ ମାମଲାରେ ଚାର୍ଜଫ୍ରେମ୍ ଦାଖଲ । କଟକ ସ୍ବତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟରେ ଚାର୍ଜଫ୍ରେମ୍ ଦାଖଲ । ଆସନ୍ତା ଜାନୁଆରୀ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି । ଜାତିଆଣ ଆକ୍ଷେପ ଓ ଧର୍ମୀୟ ଭାବନା କୁଠାରଘାତ ନେଇ ହୋଇଥିଲା ମାମଲା ।

ଚର୍ଚ୍ଚିତ ଆତ୍ମୋଘୋଷିତ୍ ସାରଥୀ ବାବା ଯୌନ ବ୍ୟଭିଚାର ଘଟଣା ୨୦୧୫ ମସିହା ଅଗଷ୍ଟ ୪ ତାରିଖରେ ଲୋକଲୋଚନକୁ ଆସିଥିଲା। ତଦନ୍ତ ଆରମ୍ଭ କରି ମାମଲାର ଛାନଭିନ ଆରମ୍ଭ କରି ଅଗଷ୍ଟ ୮ ତାରିଖ ଭୋର ସମୟରେ ସାରଥୀକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ।ସାରଥୀଙ୍କ ପାଦରୁ ମହୁ ହାତରୁ ବିଭୁତି ଝରୁଥିବାବେଳେ ସିମେଣ୍ଟ ଗାଈରୁ କ୍ଷୀର ବାହାର କରୁଥିଲେ। ତେବେ ୨୦୧୯ ଜୁଲାଇ ୨୫ରେ ସାରଥୀ ବେଲ୍‌ରେ ଜେଲ୍‌ରୁ ମୁକୁଳି ଥିଲେ। ଗିରଫ ପରେ ମଧ୍ଯ ସାରଥୀ ଅନୁଗାମୀ ମାନେ ସାରଥୀ ଙ୍କ ଫଟୋ ରଖି ପୂଜାର୍ଚ୍ଚନା ସତସଙ୍ଗ, ଆଦି କରୁଥିଲେ।