ବସ ଧକ୍କାରେ ଦୁଇ ସ୍କୁଟି ଚାଳକ ମୃତ

ଭଦ୍ରକ-ଚାନ୍ଦବାଲି ରାସ୍ତାରେ ଦୁର୍ଘଟଣା। ସ୍କୁଟି ଓ ଘରୋଇ ବସ ମୁଁହାମୁହିଁ ଧକ୍କା ଦୁଇ ଜଣ ମୃତ। ଏମିତି ଦୁଖଦଃ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅଧିନସ୍ଥ କମାରିଆ ଛକ ନିକଟରେ. ଚାନ୍ଦବାଲି ରୁ ଭଦ୍ରକ ଅଭିମୁଖେ ଆସୁଥିବା ଘରୋଇ ବସ. ବିପରିତ ଦିଗରୁ ଏକ ସ୍କୁଟି ଯୋଗେ ତିହିଡି ସୟା ବାଲିଚତୁରୀ ଅଞ୍ଚଳର ଗୋଲକ ଦାସ ଓ ଦୈତାରୀ ପୁହାଣ ଚାନ୍ଦବାଲି ଅଭିମୁଖେ ଯାଉଥିବା ବେଳେ କମାରିଆ ଛକ ନିକଟରେ ମୁଁହାମୁହିଁ ଧକ୍କା ହୋଇଥିଲା. ଏହି ଧକ୍କା ଫଳରେ ଦୁଇ ଜଣ ସ୍କୁଟି ଆରୋହୀଙ୍କର ଶୋଚନୀୟ ମୃତ୍ୟୁ ହୋଇଛି.ଘଟଣା ସ୍ଥଳରେ ପୀରହାଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ଥାନୀୟ ଲୋକମାନେ ଘରୋଇ ବସ କୁ ଅଟକ ରଖିଛନ୍ତି. ବସ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟ ଲୋକମାନେ ଭିତରେ ଉତ୍ତେଜନା ଦେଖା ଦେଇଛି।