କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଅବସ୍ଥା ଏବେ ବି ସଂକଟାପନ୍ନ

ଭୁବନେଶ୍ଵର: ଓଡ଼ିଶାର ପ୍ରଖ୍ୟାତ ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ଏ ନେଇ ଭୁବନେଶ୍ଵର ଏମସ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ତାଙ୍କୁ ଆଇସିୟୁ ଭିତରେ ରଖି ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ଵାବଧାନ​‌ରେ ଚିକିତ୍ସା କରାଯାଉଛି।

ପରୀକ୍ଷା ନିରୀକ୍ଷା ପରେ ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାର୍ଯ୍ୟ କରୁ ନ ଥିବାର ଲକ୍ଷଣ ଦେଖିବାକୁ ମିଳିଛି। ତା’ ଛଡ଼ା ଶ୍ଵାସକ୍ରିୟାଜନିତ ସମସ୍ୟା, କିଡନୀ, ଲିଭର ଅଚଳ ହେବାର ସମସ୍ୟା, ରକ୍ତଜମାଟ ବାନ୍ଧିବା ସମସ୍ୟା ଆଦି ରହିଛି। ସେହିପରି ବାଇଲାଟେରାଲ ନିମୋନିଆ, ଡାଇଲେଟେଡ କାର୍ଡିଓମାୟୋପାଥି ଲକ୍ଷଣ ଦେଖାଯାଇଛି।