ପାଞ୍ଚ ୱିକେଟ୍ ଖସେଇଲେ ମୁଲାନି

ପୁଣି ପଡିଆରେ ଦେଖିବାକୁ ମିଳିଲା ମୁଲାନିଙ୍କ ବୋଲିଂର କରାମତି । ପାଞ୍ଚଟି ୱିକେଟ୍ ଖସେଇଲେ, ମୁମ୍ବାଇର ଅଲରାଉଣ୍ଡର ଶାମସ ମୁଲାନି । ମୁଲାନିଙ୍କ ଏହି ୱିକେଟ୍, ମୁମ୍ବାଇକୁ ଜିତିବାରେ ବେଶ୍ ସହାୟକ ହୋଇଛି । ଯାହାଦ୍ବାରା ରଣଜୀ ଟ୍ରଫିର ତୃତୀୟ ରାଉଣ୍ଡରେ, ହିମାଚଳ ପ୍ରଦେଶ ବିପକ୍ଷରେ ମୁମ୍ବାଇ ବିଜୟ ହାସଲ କରିବା ସହିତ, ଏଲିଟ୍ “ଗ୍ରୁପ୍-ଡି”ର ଶୀର୍ଷରେ ପହଞ୍ଚିଛି । ଚାରିଟି ମ୍ୟାଚ୍ ପରେ ମୁମ୍ବାଇର ବର୍ତ୍ତମାନ 17 ପଏଣ୍ଟ ରହିଛି । ଅନ୍ୟପଟେ ଯଦି ଦେଖିବା, ମୁଲାନି ଏହି ସିଜନରେ ତୃତୀୟ ଥର ପାଇଁ ପାଞ୍ଚଟି ୱିକେଟ୍ ନେଇଛନ୍ତି। ପୂର୍ବରୁ ସେ ଜମ୍ମୁ-କାଶ୍ମୀର ଏବଂ ଛତିଶଗଡ଼ ବିପକ୍ଷରେ ମଧ୍ୟ ପାଞ୍ଚ ୱିକେଟ୍ ନେଇଥିଲେ।