ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି…

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଡୁଙ୍ଗୁରିପାଲି ପଞ୍ଚାୟତ ସମିତି ଅନ୍ତର୍ଗତ ଇଚ୍ଛାପୁର କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ ଓ  ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦାନ କରି ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଓ ସମସ୍ୟା ନିହିତ ସର୍ବମୋଟ ୧୨୨ ( ଏକ ଶହ ବାଇସ) ଗୋଟି ପଞ୍ଜିକୃତ ଅଭିଯୋଗ ଦରଖାସ୍ତ ଗ୍ରହଣ କରିଥିଲେ। ତନ୍ମଧ୍ୟରୁ ୧୦୯ ( ଏକ ଶହ ନଅ) ଗୋଟି ଦରଖାସ୍ତ  ବ୍ୟକ୍ତିଗତ ରହିଥିବା ବେଳେ ୧୨ (ବାର) ଗୋଟି ସାମୁହିକ ଦରଖାସ୍ତ  ଓ ୦୧ (ଏକ) ଗୋଟି  ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ  ଦରଖାସ୍ତ ଗ୍ରହଣ କରାଯାଇଥିଲା। ତନ୍ମଧ୍ୟରୁ ୦୬( ଛଅ) ଗୋଟି ଅଭିଯୋଗ ପତ୍ର ତୁରନ୍ତ ଅଭିଯୋଗ ଶୁଣାଣୀ ଶିବିର ରେ ସମାଧାନ କରାଯାଇଥିଲା। ସମସ୍ତ ସାମୁହିକ ଓ ବ୍ୟକ୍ତିଗତ ଅଭିଯୋଗ ଦରଖାସ୍ତ ଗୁଡିକୁ ନିର୍ଦ୍ଧିଷ୍ଟ ସମୟ ମଧ୍ୟରେ  ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ବିଡ଼ିଓ, ଡୁଙ୍ଗୁରିପାଲି ଶ୍ରୀ ଦିଲୀପ କୁମାର ବାଡ଼ାଙ୍କ  ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଯୁଗ୍ମ ଅଭିଯୋଗ  ଶୁଣାଣିରେ , ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ , ସୁବର୍ଣ୍ଣପୁର, ଶ୍ରୀ ରାଜେନ୍ଦ୍ର ମାଝୀ,  ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ,  ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର, ଉପ – ଜିଲ୍ଲାପାଳ, ସୋନପୁର, ଶ୍ରୀମତି ସୁମ୍ୟାରୁପା ରଥ, ସରପଞ୍ଚ, ଇଚ୍ଛାପୁର ଗ୍ରାମ ପଞ୍ଚାୟତ,  ଶ୍ରୀ ପ୍ରଶାନ୍ତ କୁମାର ସାହୁଙ୍କ  ସମେତ  ତହସିଲଦାର, ଡୁଙ୍ଗୁରିପାଲି, ଶ୍ରୀ ବିମଳ କିଶୋର ପତ୍ର  ତଥା ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ତହସିଲ ଓ ବ୍ଲକ ସ୍ତରୀୟ ଅଧିକାରୀ,କର୍ମଚାରୀ ବୃନ୍ଦ ଙ୍କ ସମେତ ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର ଶ୍ରୀ ଅର୍ଜୁନ ମାଝୀଙ୍କ ସହିତ ବିଭିନ୍ନ ଗ୍ରାମରେ ସମ୍ବାଦ ପତ୍ରର ସାମ୍ବାଦିକ ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣି ଓ ଉପଶମ ଶିବିରରେ ଚାରି ଜଣ ଭିନ୍ନକ୍ଷମ ହିତାଧିକାରୀ ୧. ଯଶୋବନ୍ତି ଭୁଏ ପିତା – ଗୁପେ ବାଗ   ନି – ସନଫଟାମୁଣ୍ଡା, ଗ୍ରା.ପ – ଇଚ୍ଛାପୁର,  ୨. ବୁଧୁ ପଟେଲ ପିତା – ଥବିର ପଟେଲ, ନି – ସାହଜ ବହାଲ,  ଗ୍ରାମ ପଞ୍ଚାୟତ – ଇଚ୍ଛାପୁର,     ୩. ପିଙ୍କି ସାହୁ ପିତା – ଦେବାନନ୍ଦ ସାହୁ, ନି – ସାହାଜ୍ ବାହଲ, ଗ୍ରାମ ପଞ୍ଚାୟତ – ଇଚ୍ଛାପୁର ଓ ୪. ପୁରୁଷୋତ୍ତମ ଅଦାବର ପିତା – ରସିକ ଅଦାବର    ନି – ଶାନ ଫଟାମୁଣ୍ଡା ଇଚ୍ଛାପୁର ଗ୍ରାମ ପଞ୍ଚାୟତଙ୍କୁ  ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ୍ ସାହୁଙ୍କ ଦ୍ଵାରା ହ୍ବିଲ ଚେୟାର ପ୍ରଦାନ କରାଯାଇଥିଲା। ତଦୋପରି ମଧୁବାବୁ ପେନସନ ଯୋଜନରେ ଦୁଇ ଜଣ ଭିନ୍ନକ୍ଷମ ହିତାଧିକାରୀ ୧. ଶାନ୍ତି ପଟେଲ, ନି – କନ୍ଧମୁଣ୍ଡା ୨. ଆୟୁଷ୍ରୀ  ଦୀପ ନି – ସାହାଜ ବାହାଲ , ଇଚ୍ଛାପୁର ଗ୍ରାମ ପଞ୍ଚାୟତଙ୍କୁ  ଭିନ୍ନକ୍ଷମ ଭତ୍ତା ଓ ୩. ଦ୍ରୌପଦୀ ବିଶି  ନି – ମହୁଲପାଣି, କର୍ଲାଜୁରି ଗ୍ରାମ ପଞ୍ଚାୟତଙ୍କୁ ବିଧବା ଭତ୍ତା ଜିଲ୍ଲାପାଳ, ସୁବର୍ଣ୍ଣପୁରଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା