ଗଞ୍ଜାମ ରୁ ଟ୍ରକ ଯୋଗେ ଇଭିଏମ ନୂଆପଡ଼ା କୁ ଯିବା ନେଇ ବିଜେଡ଼ିର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ସେ କହିଛନ୍ତି ଯେ ବିଜେଡିର ଅଭିଯୋଗ ପରେ ତଦନ୍ତ ନିର୍ଦେଶ ଦିଆଯାଇଥିଲା। ତଦନ୍ତରୁ ଜଣା ପଡ଼ିଛି କି ନୂଆପଡା ନିର୍ବାଚନ ପାଇଁ କୌଣସି ଜିଲ୍ଲାରୁ ଇଭିଏମ ଅଣାଯାଇ ନାହିଁ। ଯାହା ନୂଆପଡ଼ାରେ ଥିଲା ତାହା ହିଁ ବ୍ୟବହାର ହେବ। ଗଞ୍ଜାମ ଜିଲ୍ଲାରେ ଦୁଇଟି ୱେର ହାଉସ ଅଛି। ସିସି ଟିଭି ଯାଞ୍ଚ କରାଯାଇଛି, କିନ୍ତୁ କୌଣସି ଟ୍ରକ୍ ଇଭିଏମ ଯାଇନି କି ୱେର ହାଉସ ଖୋଲାଯାଇନାହଁ। ସେ ଆହୁରୀ କହିଛନ୍ତି ଯେ ବିଜେଡି କରିଥିବା ଅଭିଯୋଗର କୌଣସି ସତ୍ୟତା ନାହିଁ। ପ୍ରତି ଜିଲ୍ଲାରେ ୱେର ହାଉସ ରହିଛି। ନୂଆପଡ଼ା ଜିଲ୍ଲାପାଳଗଞ୍ଜାମରୁ ଏକ ଟ୍ରକ ଯୋଗେ ଇଭିଏମ ନୂଆପଡ଼ା କୁ ଆଣିଥିବା ନେଇ ଅଭିଯୋଗ ଆଣିଥିଲା ବିଜେଡି। କୌଣସି ଅଭିଯୋଗ ଥିଲେ ସି ଭିଜିଲ ଆପ କିମ୍ୱା ୧୯୫୦ ନମ୍ବର କୁ ଜଣାଇ ପାରିବେ।ବର୍ତ୍ତମାନ ସୁଦ୍ଧା ୧୫୦ ପୋଲିଂ ପାର୍ଟି ବାହାରି ସାରିଲେଣି। ୮ ଟି ବୁଥ କୁ ହେଲିକପ୍ଟରରେ ପୋଲିଂ ପାର୍ଟି ଯିବେ। ସନ୍ଧ୍ୟା ସୁଦ୍ଧା ସମସ୍ତେ ପହଞ୍ଚିଯିବେ। ସାଇଲେଣ୍ଟ ଆୱାର ରେ ପଇସା ବଣ୍ଟା ଯାଉଥିବା ର କୌଣସି ଅଭିଯୋଗ ମରକ୍ଟ ଙ୍କ ପାଖ କୁ ଆସିନାହିଁ। ଆମେ କଡା ନଜର ରଖିଛୁ।