ଭୁବନେଶ୍ଵର: ସରିଲା କାର୍ତ୍ତିକ ମାସ। ଆଜି ଛାଡ ଖାଇ। ଏଥିପାଇଁ ଆମିଷ ଦୋକନାରେ ପୁଳା ପୁଳା କୁକୁଡା ଠାରୁ ଆରମ୍ଭ କରି ଛେଳି, ମାଛ ଗଦା ହୋଇଛି। ଆଜି ଗୁରୁବାରରେ ପଡ଼ିଛି ଛାଡ଼ଖାଇ । ଯାହାକୁ ନେଇ ଆମିଷପ୍ରେମୀଙ୍କ ମଧ୍ୟରେ ଉତ୍ସାହ ନାହିଁ । ତେଣୁ ଶୁକ୍ରବାର ଛାଡ଼ଖାଇ ପାଳିବେ ଆମିଷପ୍ରେମୀ । ତେବେ ଏ ବର୍ଷ କାର୍ତ୍ତିକ ମାସରେ ବହୁତ କମ୍ ବ୍ୟବସାୟ ହୋଇଛି। ସେପଟେ ଗୁରୁବାର ଛାଡ଼ଖାଇ ପଡିଯିବାରୁ ଏହା ମାଡ ଖାଇଯାଇଛି। ଆସନ୍ତାକାଲି ଶୁକ୍ରବାର ଥିବାରୁ ବେପାର ହେବ ବୋଲି ଆଶ ରହିଛି ବୋଲି ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ।

ଛାଡ଼ଖାଇ, ଓଡ଼ିଶାରେ ପାଳିତ ଏକ ସାମାଜିକ ଚଳଣି। ବ୍ରତୀମାନେ ସମ୍ପୂର୍ଣ୍ଣ ମାସ ଆମିଷ ଭକ୍ଷଣରୁ ନିଜକୁ ବଞ୍ଚେଇ ରଖିଥାନ୍ତି। ଛାଡ଼ଖାଇ ଶବ୍ଦଟି, ‘ଛାଡ଼’ ଓ ‘ଖାଇ’ ଦୁଇଟି ଶବ୍ଦର ସନ୍ଧିରୁ ସୃଷ୍ଟି। ଛାଡ଼ ଅର୍ଥ ସମୟର ଅନ୍ତରାଳ ଓ ଖାଇ ଅର୍ଥ ଖାଇବା। ଅର୍ଥାତ, କିଛି ସମୟ ଅନ୍ତରାଳ ପରେ ଖାଇବା। ଲୋକମାନେ ମାସେ କାଳ ଆମିଷ ଖାଦ୍ୟରୁ ନିବୃତ ରହି କାର୍ତ୍ତିକ ମାସ ଶେଷରେ ପ୍ରଥମ ଦିନ ହିଁ ଆମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।

କାର୍ତ୍ତିକ ମାସରେ ହବିଷ କରୁଥିବା ହବିଷ୍ୟାଳିମାନେ ମାସ ସାରା ଦିନକୁ ମାତ୍ର ଗୋଟିଏ ଥର ଖାଇ ହବିଷ କରିଥାଆନ୍ତି। କାର୍ତ୍ତିକ ପୂର୍ଣ୍ଣମୀ ପରଦିନକୁ ଛାଡଖାଇ ଭାବରେ ପାଳନ କରନ୍ତି। ଏହିଦିନ ସେମାନେ ସମ୍ପୂର୍ଣ୍ଣ ଭାବରେ ଆହାର ଛାଡି ନିର୍ଜଳା ଉପବାସ କରିଥାଆନ୍ତି, ଯାହାକୁ ଛାଡଖାଇ କୁହାଯାଏ। ଯେହେତୁ ଖାଇବା ଛାଡି ଦିଆଯାଏ, ସେଥିପାଇଁ ଏହାକୁ ଛାଡଖାଇ କୁହାଯାଏ।