ଗଜପତି କାଶୀନଗର ବ୍ଳକ ପାର୍ତଡା ପଞ୍ଚାୟତ ଅନ୍ତର୍ଗତ ଲିଙ୍ଗା ଗାଁ ନିକଟରେ ଧସିଛି ପାହାଡ , ଫଳରେ ଦିର୍ଘ ସମୟ ଧରି ରାସ୍ତା ଅବରୋଧ ରହିଛି। ମୁସଳ ଧାରାରେ ବର୍ଷା ଲାଗି ରହିଥିବାରୁ ପାହାଡ ଧସିବା ଭୟ ଲୋକଙ୍କୁ ଭୟଭୀତ କରୁଛି। ଖବର ପାଇ ଅତିରିକ୍ତ ଜିଲ୍ଲାପାଳ ଫାଲଗୁନି ମାଝୀ , କାଶୀନଗର ବ୍ଳକ ଉନ୍ନୟନ ଅଧିକାରୀ, ତହସିଲଦାର ଓ ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ଘଟଣା ସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ରାସ୍ତା ସଫା କରିଛନ୍ତି। କିନ୍ତୁ ବର୍ଷା ଜାରି ରହିଥିବାରୁ ରାସ୍ତା ବିପଦପୂର୍ଣ୍ଣ ରହିଛି ତେଣୁ ଯାତାୟତ କୁ ବାରଣ କରାଯାଇଛି।