ଗିରି ଗୋବର୍ଦ୍ଧନ ପୂଜା ଅନୁଷ୍ଠିତ ହୋଇଯାଇଛି

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ବିଭିନ୍ନ ମନ୍ଦିର ସହ ଆଖପାଖ ପୁରପଲ୍ଲୀର ମନ୍ଦିରରେ ଆଜି ଗିରି ଗୋବର୍ଦ୍ଧନ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହେଉଅଛି। ଇନ୍ଦ୍ରଙ୍କ କୋପରୁ ଗୋପପୁର ବାସୀଙ୍କୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ପ୍ରଭୂ ଶ୍ରୀ କୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉପରକୁ ଉଠାଇଥିଲେ।ସେହି ପୌରାଣିକ ସ୍ମୃତିକୁ ଆଧାର କରି ଗୋବର୍ଦ୍ଧନ ପୂଜା ଦୀପାବଳୀ ଅମାବାସ୍ୟା ପରଦିନ ଅନୁଷ୍ଠିତ ହୁଏ।ପାରଳାଖେମୁଣ୍ଡି ରାମାସ୍ୱାମୀ ମନ୍ଦିର, ଛୋଟ ଜଗନ୍ନାଥ ମନ୍ଦିର,ବଡ଼ ରାଧାକାନ୍ତ ମଠ ସହ ପୁରପଲ୍ଲୀରେ ଏହି ପୂଜାର ଆୟୋଜନ ହୋଇଥାଏ। ଏହି ପରିପ୍ରେକ୍ଷୀରେ ଭଜନ ଓ ଗୀତ ପରିବେଷଣ କରାଯାଇଥାଏ ।ମନ୍ଦିର ପରିସରରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଯାଇଛି।