ବାଲିଚନ୍ଦ୍ରପୁର ବାଇପାସ ଛକରେ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଟ୍ୟାଙ୍କର । ଘଟଣାରୁ ପ୍ରକାଶ ଯେ ବାଲିଚନ୍ଦ୍ରପୁର ଥାନା ବରଦା ପଂଚାୟତ ବରଦା ଗ୍ରାମର ନାରାୟଣ ଦାସଙ୍କ ପୁଅ କିରଣ ଦାସ ବାଲିଚନ୍ଦ୍ରପୁର ବଜାରରୁ ନିଜ ଗ୍ରାମ ବରଦାକୁ ମଟରସାଇକେଲ ଯୋଗେ ଫେରୁଥିବା ସମୟରେ ବାଲିଚନ୍ଦ୍ରପୁର ବାଇପାସ ଛକରେ ଏକ ଦୃତଗାମି ଟ୍ୟାଙ୍କର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ବାଇକଟି ଗାଡ଼ିର ଚକା ତଳେ ରହିଥିବା ସ୍ଥଳେ ସେ ଦୁରକୁ ଛିଟିକି ପଡ଼ି ଗୁରୁତର ହୋଇପଡ଼ିଥିଲେ । ଖବର ପାଇ ପୋଲିସ ପହଞ୍ଚି ଉଭୟ ଗାଡ଼ିକୁ ଜବତ କରିଥିବା ବେଳେ ଟ୍ରକ୍ ଡ୍ରାଇଭର କୈଶଳ କ୍ରମେ ପଳାଇଯାଇଥିଲା । ପୋଲିସ ରାସ୍ତା ଅବରୋଧ ହଟାଇ ଘଟଣାର ତଦନ୍ତ ଚାଲୁରଖିଥିବା ଜଣାପଡ଼ିଛି । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏନ.ଏଚ ୫୩ ୮ଲେନ ବିଶିଷ୍ଟ ସମ୍ପ୍ରସାରଣ କାମ ଚାଲିଥିବା ବେଳେ ମୁଖ୍ୟ ଛକ ମାନଙ୍କରେ କାମ କରୁଥିବା କମ୍ପାନୀ ପକ୍ଷରୁ ଟ୍ରାଫିକ୍ ବ୍ୟବସ୍ଥା ଠିକ୍ନଥିବାରୁ ଏହିପରି ବାରମ୍ବାର ଦୃର୍ଘଟଣା ହୋଇ ଜୀବନହାନି ଘଟୁଛି । ଏଥିପ୍ରତି ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।