ନୂଆପଡ଼ା ଜିଲ୍ଲା ସୀମାନ୍ତ ଛତିଶଗଡ଼ ମେନପୁର ଥାନା ଭାଲୁଡିଗୀ ଜଙ୍ଗଲ ରେ ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ କଲେ ଯବାନ । କୁଲ୍ହାଡ଼ିଘାଟ 65 ଏଫ ବାଟାଲିୟଜ ସିଆରପିଏଫ, ବିନ୍ଦ୍ରାନୱାଗଡ଼ 65 ଜି ବାଟାଲିୟନ ସିଆରପିଏଫ ଏବଂ ଜିଲ୍ଲା ପୋଲିସ ର ମିଳିତ ସର୍ଚ୍ଚ ଅପରେଶନ ରେ ମାଓ ସାମଗ୍ରୀ ଜବତ ହୋଇଛି ।
ଏସଡିକେ ଏରିଆ ମାଓବାଦୀ କମିଟି ମାଓ ସାମଗ୍ରୀ ଲୁଚାଇ ରଖିଥିଲେ। ଏଥିରେ ମେଇଗଜିନ ପେଚ,ମେଡିକାଲ ଟାବଲେଟ,ଫୋଲଡିଂ ଚୌକି, ଜରି ତ୍ରିପାଳ ପଲିଥିନ ଭଲି ଅନେକ ମାଓ ସାମଗ୍ରୀ ରଖିଥିଲେ । ଭାଲୁଡିଗୀ ଜଙ୍ଗଲ ରେ ନକ୍ସଲ ବିରୋଧୀ ଅଭିଯାନ ରେ ଅନେକ ବଡ଼ ବଡ଼ ମାଓ ବାଦୀ ଙ୍କ ମୁଣ୍ଡ ଗଡୁଛି ।