ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିର୍ଯୁକ୍ତି ପ୍ରଶିକ୍ଷଣ ସଭାଗୃହ ଠାରେ ବିଶ୍ୱ ଧଳା ବାଡ଼ି ଦିବସ ପାଳିତ ହୋଇ ଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜୀ ତିରୁପତି ରାଓ, ସୋମନାଥ ,ସଙ୍ଗୀତ ଗୁରୁ ନୃସିଂହ ପ୍ରସାଦ ପଟ୍ଟନାୟକ, ସାମାଜିକ ସୁରକ୍ଷା ଅଧିକାରୀ ଏଲ ସନ୍ତୋଷ,ସଭାପତି ନିରଞ୍ଜନ ବେହେରା ସନ୍ତୋଷ କୁମାର ମହାରଣା, ଶ୍ରୀଯୁକ୍ତ ରାଜୁ, ଚିନାରୀ ପ୍ରମୁଖ ମଞ୍ଚାସିନ ଥିଲେ।ଅତିଥିମାନେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ସଙ୍ଗୀତ ଗୁରୁ ନୃସିଂହ ପ୍ରସାଦ ପଟ୍ଟନାୟକଙ୍କ ନିର୍ଦ୍ଦେଶନାରେ କଳାକାରଙ୍କ ଦ୍ଵାରା ସ୍ୱାଗତ ସଙ୍ଗୀତ ଗାନ କରାଯାଇଥିଲା। ପୁଷ୍ପଗୁଚ୍ଛ ଦେଇ ଅତିଥି ମାନଙ୍କୁ ସ୍ୱାଗତ କରାଯାଇଥିଲା।ଦୃଷ୍ଟି ହୀନ ମାନଙ୍କୁ ଧଳା ବାଡ଼ି କିପରି ତାଙ୍କର ପରିଚୟ ପ୍ରଦାନ କରିବା ସହିତ ବିଭିନ୍ନ ସ୍ଥାନକୁ ଯିବା ସମୟରେ ସେମାନଙ୍କୁ କିପରି ସାହାଯ୍ୟ କରିଥାଏ ତା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।ଦୃଷ୍ଟି ହୀନ ଭାଇ ଭଉଣୀ ମାନଙ୍କୁ ଧଳା ବାଡ଼ି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ସମର୍ଥ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିଲା।ସମର୍ଥ ଅନୁଷ୍ଠାନର ସଦସ୍ୟ ସଦସ୍ୟାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଗଜପତି ରୁ ବିବେକାନନ୍ଦ ବେହେରା ।