ବର୍ତ୍ତମାନ କୌନ ବନେଗା କରୋଡପତି”ର ସିଜିନ ୧୭ ଚାଲିଛି। ନିକଟରେ କିଛି ପିଲାଙ୍କୁ ହୋଷ୍ଟ ଅମିତାଭ ବଚ୍ଚନଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ହଟ୍ ସିଟ୍ ଉପରେ ଦେଖିବାକୁ ମିଳିଥିଲା। ଅଧିକାଂଶ ପିଲା ବିଗ୍ ବିଙ୍କ ସହିତ ସମ୍ମାନର ସହିତ କଥା ହୋଇଥିଲେ। କିନ୍ତୁ ଗୋଟିଏ ପିଲା ଏପରି କଥା ହୋଇଥିଲେ ଯାହା ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହୋଇଥିଲା। ଏହି ପିଲାର ଏକ ଭିଡିଓ ଢ ରେ ଭାଇରାଲ ହେଉଛି। ଇଶିତ ଭଟ୍ଟ ନାମକ ଏହି ପିଲାଟି ଅମିତାଭ ବଚ୍ଚନଙ୍କ ସହ ଅନେକ ଥର ଅସଭ୍ୟ କଥା ହୋଇଥିଲା। ଇଶିତ ଗୁଜୁରାଟର ଗାନ୍ଧୀନଗରର ବାସିନ୍ଦା ଏବଂ ୫ମ ଶ୍ରେଣୀରେ ପଢ଼ନ୍ତି। ଶୋ ସମୟରେ ତାଙ୍କ ଆଚରଣ ଦେଖି ଲୋକମାନେ କ୍ରୋଧିତ ହୋଇଛନ୍ତି।
When arrogance meet loud mouth. 🥀pic.twitter.com/WXxrKIjk36
— The Cinéprism (@TheCineprism) October 12, 2025
ବିଗ୍ ବି ଇଶିତଙ୍କୁ ପ୍ରଶ୍ନ ପଚାରିବା ପୂର୍ବରୁ , ସେ ମେଗାଷ୍ଟାରଙ୍କୁ କହିଥିଲେ ମୁଁ ନିୟମ ଜାଣେ, ତେଣୁ ଏବେ ମୋତେ ସେଗୁଡ଼ିକୁ ବୁଝାଅ ନାହିଁ। ପରେ ଯେତେବେଳେ ବିଗ୍ ବି ପ୍ରଶ୍ନ ପଚାରିବା ଆରମ୍ଭ କଲେ, ଇଶିତ ବିନା ଅପସନରେ ତାଙ୍କର ଉତ୍ତର ରଖିବାକୁ କହିଲେ। ସେ ଆତ୍ମବିଶ୍ୱାସୀ ଥିଲେ, ହେଲେ ଲୋକମାନେ ତାଙ୍କର ଆଚରଣକୁ ଅଭଦ୍ର ବୋଲି କହିଥିଲେ। ପରେ ଯେତେବେଳେ ଏକ କଷ୍ଟକର ପ୍ରଶ୍ନ ଆସିଲା, ଇଶିତ ବିଗ୍ ବିଙ୍କୁ କହିଲେ, ଅପସନରେ ରଖନ୍ତୁ। ଅପସନ ରଖିବା ପରେ ସେ ଗୋଟେ ଉତ୍ତରକୁ ବାଛି ସେଥିରେ ଚାରିଥର ଲକ କରିବାକୁ କହିଥିଲେ । ହେଲେ ବେଳେ ବେଳେ ଓଭର କନଫିଡେନ୍ସ ବି ମହଙ୍ଗା ପଡିଥାଏ । ଯାହା ଇଶିତଙ୍କ ସହ ହୋଇଥିଲା । ଇଶିତଙ୍କ ଉତ୍ତର ଭୁଲ ହୋଇଗଲା, ଏବଂ ସେ ହାରିଗଲେ ଏବଂ ଟଙ୍କା ନ ନେଇ ଚାଲିଗଲେ।
ପିଲାଟିର ଆଚରଣରେ କିଛି ଦର୍ଶକ ତାଙ୍କୁ ସମାଲୋଚନା କରିଥିଲେ । କିଛି ଜଣ କହିଥିଲେ ଯଦି ଆପଣଙ୍କ ପିଲାର ଜ୍ଞାନ ଅଛି, ତେବେ ଠିକ୍ ଅଛି, କିନ୍ତୁ ଯଦି ସେ ଶିଷ୍ଟାଚାରର ଅଭାବ ରଖେ କିମ୍ବା ବଡ଼ ଲୋକଙ୍କ ସାମ୍ନାରେ କିପରି କଥା ହେବ ତାହା ଜାଣେ ନାହିଁ, ତେବେ ସେ କେବେ ସଫଳ ହୋଇପାରିବ ନାହିଁ। ଆଉ କିଛି କହିଥିଲେ ଯେ ସେ ଭାରି ସ୍ମାର୍ଟ ବୋଲି ।