ବ୍ଲକରେ ଦମକଳ କେନ୍ଦ୍ର ସ୍ଥାପନ କରିବାକୁ ଅଭିଯୋଗ ଶୁଣାଣୀରେ ଅନୁରୋଧ

ଗଜପତି ଜିଲ୍ଲା ଗୋଶାଣୀ ବ୍ଲକର ଗୁରାଣ୍ଡି ଗ୍ରାମ ପଞ୍ଚାୟତ ଠାରେ  ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗରେ ବଡ଼ କୋତୁରୁ ପି ଭି ପ୍ରସାଦ ନାଇଡୁ ଜିଲ୍ଲା ପାଳଙ୍କ ଅଭିଯୋଗ ଶୁଣାଣୀରେ  ଲିଖିତ ଆକାରରେ ଜଣ।ଇଛନ୍ତି  ଯେ ଗୋଶାଣୀ ବ୍ଲକ ଠାରେ ଏକ ନୂତନ ଦମ କଳ କେନ୍ଦ୍ର  ସ୍ଥାପନ  କରିଲେ ଏକୋଶି ଗୋଟି  ଗ୍ରାମ ପଞ୍ଚାୟତର ଜନସାଧରଣ  ଉପକୃତ ହୋଇ ପାରିବେ ବୋଲି ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ସହର ଠାରୁ ବ୍ଲକକୁ ୨୫ କିଲୋ ମିଟର ପଡୁଛି  କୌଣସି ଅସୁବିଧା ହେଲେ ପାରଳାଖେମୁଣ୍ଡି ଦମ କଳ ଉପରେ ନିର୍ଭର କରିବାକୁ ପଡୁଛି। ତେଣୁ  ଗୋଶାଣୀ ବ୍ଲକ ଠାରେ ନୂତନ ଦମକଳ କେନ୍ଦ୍ର ସ୍ଥାପନ କରିଲେ ଜନ ସାଧାରଣ ଉପକୃତ ହୋଇ ପାରିବେ ବୋଲି ପ୍ରକାଶ କରିଛନ୍ତି।