ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି ବଢ଼ିଲା

ଭୂବନେଶ୍ଵର: ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଆବେଦନ ଅବଧି ବଢ଼ିଲା । ଇ-ମେଧାବୃତ୍ତି, ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଆବେଦନ ଅବଧି ବୃଦ୍ଧି । ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା ଅବଧି ମଧ୍ୟ ବଢ଼ିଲା । ଆବେଦନ ଅବଧି ଅକ୍ଟୋବର ୨୪ ତାରିଖକୁ ବୃଦ୍ଧି କଲା ଉଚ୍ଚ ଶିକ୍ଷା ବିଭାଗ ।

ସୂଚନା ଅନୁସାରେ, ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା ଅଧିନରେ ବୃତ୍ତି ପାଇଁ ଅନଲାନ୍ ଆବେଦନ ଆମନ୍ତ୍ରଣ କରାଯାଇଛି । ଇ-ମେଧାବୃତ୍ତିରେ ଗରିବ ଓ ମେଧାବୀ ଛାତ୍ରଛାତ୍ରଙ୍କୁ SAMS ଓ ଅଣ-SAMS ପ୍ରତିଷ୍ଠାନରେ ସ୍ନାତକ, ସ୍ନାତକତ୍ତୋର, ବୈଷୟିକ ଏବଂ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ବୃତ୍ତିରୂପେ ୧୦,୦୦୦ (ସ୍ନାତକ), ୧୫,୦୦୦ (ସ୍ନାତକତ୍ତୋର) ଏବଂ ୨୦,୦୦୦ (ବୈଷୟିକ ଏବଂ ବୃତ୍ତିଗତ) ସହାୟତା ପ୍ରଦାନ କରାଯାଉଛି ।

ସେହିପରି ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନାରେ ବିଭିନ୍ନ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ଯାହାର ପରିବାରିକ ବାର୍ଷିକ ଆୟ ୨,୫୦,୦୦୦ରୁ ଅଧିକ ନୁହେଁ ସେମାନଙ୍କୁ ଏହି ଯୋଜନାରେ ପ୍ରତିବର୍ଷ ୨୦,୦୦୦ ଟଙ୍କା ବୃତ୍ତି ପ୍ରଦାନ କରାଯାଉଛି । ଅନ୍ୟପଟେ ବ୍ୟାସକବି ଫକୀରମୋହନ ଭାଷାବୃତ୍ତି ଯୋଜନାରେ ଓଡିଆର ସ୍ନାତକତ୍ତୋର ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଝନ କରିଥିବା ପ୍ରତ୍ୟକ ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୩୦,୦୦୦ ଟଙ୍କା ପ୍ରଦାନ କରିଯାଉଛି ଏବଂ ଓଡିଆ ସମ୍ମାନ ସ୍ନାତକ ପାଠ୍ୟକ୍ରମରେ ଯୋଗ୍ୟତା ଅର୍ଜନ କରିଥିବା ପ୍ରତ୍ୟକ ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୨୦,୦୦୦ ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଉଛି ।