ଜଗତସିଂହପୁର ସଦରମହକୁମା ଆଦିକବି ଶାରଳା ଦାସ ସଂସ୍କୃତି ଭଵନରେ କଟକ ଦକ୍ଷିଣ ଡାକମଣ୍ଡଳର ୪୫ ତମ ପ୍ରତିଷ୍ଠା ଦିବସ ପାଳନ । ପ୍ରତିଷ୍ଠା ଦିବସ ପାଳନ ଅବସରରେ ମୁଖ୍ୟଅତିଥିଭାବେ ଓଡିଶା ପରିମଣ୍ଡଳର ମହାଡ଼ାକପାଳ ନିର୍ମଳଜୀତ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ସବୁଠାରୁ ଭରସାଯୋଗ୍ୟ ଓ ପୁରୁଣା ସଂସ୍ଥା ଡାକବିଭାଗର ବିଭିନ୍ନ ସେବା ଓ ଏହାର ଭବିଷ୍ୟତ ଉଜ୍ଜ୍ୱଳମୟ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହେବା ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।