ଜୁନ୍ ୨୦୨୪ରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ନିଯୁକ୍ତି ପରୀକ୍ଷାର ବିବରଣୀ ଦେବାକୁ ନିର୍ଦ୍ଧେଶ…

ବାତିଲ ହୋଇଥିବା ପରୀକ୍ଷା ର ତାଲିକା ମାଗିଲେ ସରକାର । ଜୁନ୍ ୨୦୨୪ ରୁ ଆଜି ପର୍ଯ୍ୟନ୍ତ ବାତିଲ ହୋଇଥିବା ନିଯୁକ୍ତି ପରୀକ୍ଷାର ବିବରଣୀ ଦେବାକୁ ନିର୍ଦ୍ଧେଶ। ସମସ୍ତ ସରକାରୀ ବିଭାଗ,ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡର ଅଧ୍ୟକ୍ଷ,ଓଡ଼ିଶା ପୋଲିସ ରାଜ୍ୟ ଚୟନ ବୋର୍ଡର ଅଧ୍ୟକ୍ଷ,ଓଡ଼ିଶା ପୋଲିସ ମନ୍ତ୍ରୀସ୍ତରୀୟ କର୍ମଚାରୀ ଚୟନ ବୋର୍ଡର ଅଧ୍ୟକ୍ଷ,ଅଧ୍ୟକ୍ଷ, ଚୟନ ବୋର୍ଡ (ପୁଲିସ),ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ଆଦର୍ଶ ବିଦ୍ୟାଲୟ ସଂଗଠନ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ,ସଚିବ, ଓଡ଼ିଶା ଲୋକସେବା ଆୟୋଗ,ସଚିବ, ଓଡ଼ିଶା କର୍ମଚାରୀ ଚୟନ ଆୟୋଗ,ସଚିବ, ଓଡ଼ିଶା ସବ-ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ,ସଚିବ, ରାଜ୍ୟ ଚୟନ ବୋର୍ଡ (ଉଚ୍ଚ ଶିକ୍ଷା) କୁ ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ର ନିର୍ଦ୍ଧେଶ। ଏକ ବିସ୍ତୃତ ରିପୋର୍ଟ ସଂଲଗ୍ନ ଫର୍ମାଟରେ ପ୍ରସ୍ତୁତ କରିବାକୁ ଏବଂ ଏହାକୁ ସଫ୍ଟକପି (Ms Excel) ରେ ଆଜି ସୁଦ୍ଧା ଏହି ବିଭାଗକୁ ଇ-ମେଲ୍ ଆଇଡି:gapgdrc@gmail.com ମାଧ୍ୟମରେ ପ୍ରଦାନ କରିବାକୁ ନିର୍ଦ୍ଧେଶ।