ସାର୍ପ ସଂଗଠନ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କାର୍ଯକ୍ରମ ଅନୁଷ୍ଠିତ

ନରସିଂହପୁର ଅଞ୍ଚଳର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ସାର୍ପ ପକ୍ଷରୁ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି କୁଳମଣି ବାରିକ୍ ଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବରେ ପୋଲିସ ମହାନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ IRS ସ୍ମରକ ସ୍ୱାଇଁ, କେନ୍ଦ୍ରୀୟ ଓଡ଼ିଶା ପୋଲିସ ଡ଼ିଆଇଜି ସତ୍ୟଜିତ ନାୟକ,ସମାଜସେବୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ଦଶମ ଓ ଯୁକ୍ତଦୁଇ ଶିକ୍ଷାବର୍ଷ ରେ ଜିଲ୍ଲା ଟପର ଓ ବ୍ଲକ୍ ଟପର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ସେହିପରି OPSC Rank ରେ ଭାଗ୍ୟଶ୍ରି ସ୍ୱାଇଁ, ସତ୍ୟଜିତ ପଣ୍ଡା, କମ୍ପ୍ୟୁଟର ବିଜ୍ଞାନରେ ଗୋଲ୍ଡ ମେଡାଲ ହାସଲ କରିଥିବା ଉପେନ୍ଦ୍ର କୁମାର ସାହୁ , ଏଥି ସହିତ ଅନେକ ଛାତ୍ରଛାତ୍ରୀ ଙ୍କୁ ଅରାଟ ଛାତ୍ର ଗୌରବ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।