କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ସହରର ୫୯ ନମ୍ବର ଜାତୀୟ ରାଜପଥ ରାସ୍ତା କଡ଼ର ହୋଣ୍ଡା ବାଇକ ସୋ ରୁମ୍ ନିକଟରେ ଜଣେ ଅଜଣା ବୃଦ୍ଧା ମହିଳା ର ମୃତ ଶରୀର ଉଦ୍ଧାର କରିଛି ପୋଲିସ। ସୂଚନା ମୁତାବକ ସ୍ଥାନୀୟ ଲୋକ ସକାଳୁ ଏକ ବୃଦ୍ଧା ମହିଳା ପଡ଼ିଥିବା ଦେଖି ବାଲିଗୁଡ଼ା ପୋଲିସ୍ କୁ ଖବର ଦେବା ପରେ ସ୍ଥାନୀୟ ପୋଲିସ୍ ପହଞ୍ଚି ମୃତ ବୃଦ୍ଧା ମହିଳା ଶବ ଜବତ କରିଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବୃଦ୍ଧା ମହିଳାଙ୍କ ପରିଚୟ କି ମୃତ ଘଟଣା କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନଥିବା ବାଲିଗୁଡ଼ା ପୋଲିସ୍ ସୂଚନା ମିଳିଛି । ପାର୍ବଣ ସମୟରେ ଏବଂ କିଭଳି ପରିସ୍ଥିତିରେ ବୃଦ୍ଧା ମହିଳାଙ୍କ ମୃତ ଘଟିଛି ସେ ନେଇ ଅଧିକ ତଦନ୍ତ କରୁଥିବା ଜଣାପଡିଛି।