ବଡ ଖୁଲାସା କଲେ ମୁଖ୍ୟମନ୍ତ୍ରୀ, ନିଜେ ପୋଡ଼ି ହୋଇଥିଲେ ବଳଙ୍ଗା ପୀଡ଼ିତା

ଭୁବନେଶ୍ଵର: ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବଡ ଖୁଲାସା ନିଜେ ନିଜ ଉପରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ ପୁରୀ ବଳଙ୍ଗା ପୀଡ଼ିତା ଗୃହରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଏମ୍ସରେ ଚିକିତ୍ସା ବେଳେ ମୃତ୍ୟୁକାଳୀନ ଜମାନବନ୍ଦୀରେ ଏହା କହିଥିଲେ ଦିଲ୍ଲୀ କୋର୍ଟ ଏମ୍ସ ଡାକ୍ତରଙ୍କ ଦ୍ବାରା ବୟାନ ରେକର୍ଡ ବେଳେ ସତ ମାନିଥିଲେ ପୀଡ଼ିତା

ସୂଚନା ଅନୁସାରେ, ଗତ ଜୁଲାଇ ୧୯ ତାରିଖରେ ପୁରୀ ବଳଙ୍ଗା ଥାନାରେ କିଛି ଅଜଣା ଲୋକ ତାଙ୍କ ଝିଅକୁ ବଳପୂର୍ବକ ନେଇ କିରୋସିନି ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ କରିଥିଲେ ପୀଡିତାଙ୍କ ମା ଏହି ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରିଥିଲା ପୋଲିସ ପ୍ରଥମେ ପୀଡିତା ଜଣଙ୍କ ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ପରେ ପରେ ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଏମ୍ସକୁ ପଠାଇ ଦିଆଯାଇଥିଲା ଦିଲ୍ଲୀ ଏମ୍ସରେ ୧୪ ଦିନ କାଳ ଜୀବନ ମରଣ ସହ ଲଢି ଲଢି ଶେଷରେ ପୀଡ଼ିତା ଜଣକ ଆଖି ବୁଜିଥିଲେ

ତେବେ ଆଖି ବୁଜିବା ପୂର୍ବରୁ ପୀଡ଼ିତାଙ୍କ ଜମାନବନ୍ଦୀ ରେକର୍ଡ କରାଯାଇଥିଲା ଦିଲ୍ଲୀ କୋର୍ଟ ଏମ୍ସ ଡାକ୍ତରଙ୍କ ଦ୍ବାରା ବୟାନ ରେକର୍ଡ ସମୟରେ ସେ ନିଜେ ନିଜ ଉପରେ କିରୋସିନି ଢାଳି ନିଆଁ ଲଗାଇଥିବା କଥା କହିଥିଲେ ଯାହାକୁ ନେଇ ଆଜି ବିଧାନସଭାରେ ଅନନ୍ତ ନାରାୟଣ ଜେନାଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ