ନିଖୋଜ ଦଶମ ଶ୍ରେଣୀ ଛାତ୍ରୀର ଶରୀର ପୋଖରୀରୁ ଉଦ୍ଧାର

ପୋଖରୀରେ ବୁଡି ପ୍ରାଣ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ । ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ଜଏରାଟ ଗ୍ରାମରେ ପୋଖରୀରୁ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ ଦେହକୁ ଦମକଳ ବାହିନୀ ଉଦ୍ଧାର କରିଛି। ମିଳିଥିବା ସୁଚନା ଅନୁଯାଇ ଜଏରାଟ ଗାଁ ର ସଞ୍ଜୟ ସେଠୀଙ୍କ ଝିଅ ସାଗରୀକା ସେଠୀ ଜଏରାଟ ହାଇସ୍କୁଲରେ ଦଶମ ଶ୍ରେଣୀରେ ପାଠପଢୁଥିଲେ। ଗତକାଲି ପରୀକ୍ଷା ଥିବାରୁ ସେ ସ୍କୁଲକୁ ସକାଳ ୧୦ ଟା ସମୟରେ ଯାଇଥିଲେ। ହେଲେ ପରୀକ୍ଷା ସମୟ ପଳାଇ ଥିବାରୁ ସେ ପରୀକ୍ଷାରୁ ବଞ୍ଚିତ ହୋଇ ମନଦୁଃଖରେ ଘରକୁ ଫେରିଥିଲେ। ହେଲେ ଘରୂ ରାତିରେ ପଳାଇ ଥିବାରୁ କିଶୋରନଗର ଥାନାରେ ପରିବାର ଲୋକେ ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କଲାପରେ ପୋଲିସ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାରିଆଡେ ଖୋଜାଖୋଜି କରି ନିରାଶ ହୋଇଥିଲେ। ଆଜି ଗ୍ରାମର ଲୋକେ ପୋଖରୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ଜଣକର ମୁଣ୍ଡ ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବାମୁର ଦମକଳ ବାହିନୀ ପୋଲିସର ଉପସ୍ଥିତିରେ ଛାତ୍ରୀ ର ମୃତ ଦେହକୁ ଉଦ୍ଧାର କରିଛି। ଘଟଣା ସ୍ଥଳକୁ ଏସପି ରାହୁଲ ଜୈନ ପହଞ୍ଚି ସ୍ଥିତି ଅନୁଧ୍ୟାନ କରି ସାଇଣ୍ଟିଫିକ ଟିମ ଡ଼କାଇ ଛାନଭିନ ତଦନ୍ତ କରି ଥିବା ଜଣାପଡ଼ିଛି। ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏହି ଘଟଣାକୁ ନେଇ ଅଞ୍ଚଳ ବାସି ଆଲୋଡ଼ନ ସ୍ରୂଷ୍ଟି ହୋଇଛି।