ଭୁବନେଶ୍ବର କ୍ଲବ ନିର୍ବାଚନ: ବାଜି ମାରିଲେ ପ୍ରଦୀପ ଜେନା

ଭୁବନେଶ୍ବର: ଭୁବନେଶ୍ବର କ୍ଲବ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହେଲେ ପ୍ରଦୀପ ଜେନା । ଅସିତ ତ୍ରିପାଠୀଙ୍କୁ ହରାଇ ପ୍ରଦୀପ ଜେନା ସଭାପତି ନିର୍ବାଚିତ । ଲଳିତ ଦାସ ଭୁବନେଶ୍ବର କ୍ଲବ ସଂପାଦକ ଭାବେ ନିର୍ବାଚିତ । ନିର୍ବାଚନରେ ସଭାପତି ପଦ ଲାଗି ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନର କ୍ଲବ୍‌ ସଭାପତି ଅସୀତ ତ୍ରିପାଠୀ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବ ତଥା ବର୍ତ୍ତମାନ ଓଡ଼ିଶା ବିଦ୍ୟୁତ୍‌ ନିୟମାକ ଆୟୋଗ(ଓଇଆର୍‌ସି)ର ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ପ୍ରଦୀପ ଜେନା ବିଜୟୀ ହୋଇଛନ୍ତି ।

ସୂଚନା ଯୋଗ୍ୟ, ଅସୀତ ତୃତୀୟ ଥର ଲାଗି ସଭାପତି ପଦ ପାଇଁ ନିର୍ବାଚନ ଲଢୁଥିବା ବେଳେ ତାଙ୍କ ବିରୋଧରେ ପ୍ରଥମ ଥର ପ୍ରଦୀପ ମଇଦାନକୁ ଓହ୍ଲାଇଥିଲେ । ତ୍ରିପାଠୀଙ୍କ ପ୍ୟାନେଲରେ ବ୍ୟବସାୟୀ ଟୁଟୁଲ କିଶୋର ଦାସ (ସଚିବ), ବ୍ୟବସାୟୀ ପ୍ରଗତି କୁମାର ମହାନ୍ତି (ଉପସଭାପତି) ଏବଂ ବ୍ୟବସାୟୀ ସମ୍ବିତ ମହାନ୍ତି (ଯୁଗ୍ମ ସମ୍ପାଦକ) ଅଛନ୍ତି। ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ପ୍ରଦୀପ ଜେନା ପ୍ୟାନେଲର ଅବସରପ୍ରାପ୍ତ ଆଇପିଏସ୍ ଅଧିକାରୀ ଲଳିତ ଦାସ (ସଚିବ), ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ପି ଭି ମୋହନ (ଉପସଭାପତି) ଏବଂ ପ୍ରଶାନ୍ତ ନାଥ (ଯୁଗ୍ମ ସଚିବ)ଙ୍କ ସହିତ ହୋଇଥିଲା ।  ଅସିତ ମୁଖ୍ୟ ଶାସନ ସଚିବ ପଦରୁ ଅବସର ଗ୍ରହଣ କରି ପୂର୍ବ ସରକାରରେ ସମ୍ଭାଳିଥିଲେ WODC ଅଧ୍ୟକ୍ଷ ପଦ। ଆଉ ପ୍ରଦୀପ, ଚିଫ୍ ସେକ୍ରେଟାରୀ ପଦରୁ ଅବ୍ୟାହତି ପରେ ଏବେ ନୂଆ ସରକାରରେ OERC ଅଧ୍ୟକ୍ଷ ଦାୟିତ୍ବ ସମ୍ଭାଳୁଛନ୍ତି।