ରାଜ୍ୟରେ ଖାଲି ପଡିଛି ଗୋଷ୍ଠୀ ଶିକ୍ଷା ଉନ୍ନୟନ ଅଧିକାରୀ ପଦବୀ। ରାଜ୍ୟର ବିଭିନ୍ନ ବ୍ଲକ ରେ 105ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦବୀ ଖାଲି ଏଥିସହ ରାଜ୍ୟରେ 1804ଟି ପ୍ରାଇମେରୀ, 3865ଟି UP ସ୍କୁଲ ଏବଂ 1772ଟି ହାଇସ୍କୁଲ ରେ ଛାତ୍ର ଛାତ୍ରୀ ଅଧୟନ ତୁଳନା ରେ ଗୃହ ଭିତ୍ତି ଭୂମିର ରହିଛି ଆବଶ୍ୟକ। ଅନୁଗୁଳ ଜିଲ୍ଲାର 4 ବ୍ଲକ, ବାଲେଶ୍ୱର ବ୍ଲକ ର 6 ବ୍ଲକ, ବରଗଡ଼ ଗୋଟିଏ,ଭଦ୍ରକ 4,ବଲାଙ୍ଗୀର 3,କଟକ 2,ଦେବଗଡ଼ ଗୋଟିଏ ଢେଙ୍କାନାଳ 3, ଗଜପତି ଗୋଟିଏ, ଗଞ୍ଜାମ 7 ଟି, ଜଗତସିଂହପୁର 6 ଟି,ଯାଜପୁର 4 ଟି,କଳାହାଣ୍ଡି 2 ଟି, କନ୍ଧମାଳ 5ଟି କେନ୍ଦ୍ରାପଡ଼ା 4 ଟି,କେନ୍ଦୁଝର 3,ଖୋର୍ଦ୍ଧା 5,କୋରାପୁଟ 7,ମାଲକାନଗିରି ଗୋଟିଏ, ମୟୁରଭଞ୍ଜ 9,ନବରଙ୍ଗପୁର 3,ନୟାଗଡ 3,ପୁରୀ 4,ରାୟଗଡା 7ସମ୍ବଲପୁର 5,ସୁବର୍ଣ୍ଣପୁର 3ସୁନ୍ଦରଗଡ଼ 2 ଟି ବ୍ଲକ ରେ ଖାଲି ପଡିଛି। ବିଧାନସଭା ରେ ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡା ଙ୍କ ପ୍ରଶ୍ନ ରେ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଙ୍କ ଉତ୍ତର।