ବରେଲି: ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘରକୁ ପୁଣି ଗୁଳିମାଡ଼ । ଉତ୍ତରପ୍ରଦେଶ ବରେଲୀ ସ୍ଥିତ ଘର ଉପରକୁ ଗୁଳିମାଡ଼ । ୨୫ ଘଣ୍ଟା ମଧ୍ୟରେ ଦ୍ବିତୀୟ ଥର ପାଇଁ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଛି । ଗୁଳି ମାଡ଼ କରିଥିବା ସୁଟର୍ର ସ୍କେଚ୍ ସାମ୍ନାକୁ ଆସିଛି । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ପକ୍ଷରୁ ପାଞ୍ଚଟି ଟିମ ଗଠନ କରାଯାଇଛି । ସୁଟରକୁ ଧରିବା ପାଇଁ ନୋଏଡା ଓ ମିରଟ୍ରେ STFର ରେଡ୍ ଚାଲିଛି । ଏହି ଘଟଣାକୁ ନେଇ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବ୍ରାର ଗ୍ୟାଙ୍ଗ ନିଜକୁ ଦାୟୀ କରିଛି । ସେପଟେ ଏହି ମାମଲାରେ ଅଭିନେତ୍ରୀ ଦିଶା ପଟାନିଙ୍କ ବାପାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଦିଶା ପଟାନୀଙ୍କ ବାପା ଜଗଦିଶ ସିଂ ପଟାନୀ ଜଣେ ଅବସରପ୍ରାପ୍ତ ଡିଏସପି । ତାଙ୍କ କହିବା ଅନୁସାରେ ଏକ ବିଦେଶୀ ବନ୍ଧୁକରେ ତାଙ୍କ ଘର ଉପରକୁ ଗୁଳି ମାଡ ହୋଇଛି। ତେବେ ପ୍ରେମାନନ୍ଦ ମହାରାଜଙ୍କ ସହିତ ବିବାଦ ମାମଲାରେ ସେ କ୍ଷମା ମଧ୍ୟ ମାଗିଛନ୍ତି ।

କହିରଖୁଛୁ ଯେ, ଗତ ଶୁକ୍ରବାର ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଅଜଣା ଦୁର୍ବୃତ୍ତମାନେ ଦିଶା ପାଟନୀଙ୍କ ବରେଲିରେ ଥିବା ଘର ଉପରକୁ ଚାରି-ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିଲେ । ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଘଟଣା ପରେ ବରେଲି ପୋଲିସ ଦିଶା ପାଟନୀଙ୍କ ଘରର ସୁରକ୍ଷା ବୃଦ୍ଧି କରିଥିଲା । ଅଭିଯୁକ୍ତଙ୍କୁ ଧରିବା ପାଇଁ ବରେଲି ପୋଲିସ ପାଞ୍ଚଟି ଭିନ୍ନ ଭିନ୍ନ ଟିମ୍ ଗଠନ କରିଛି। ଫେସବୁକରେ ଏକ ସୋସିଆଲ ମିଡିଆ ପୋଷ୍ଟ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ଗ୍ୟାଙ୍ଗଷ୍ଟର ରୋହିତ ଗୋଲ୍ଡି ବରାଡ଼ ବଲିଉଡ୍ ଅଭିନେତ୍ରୀ ଦିଶା ପାଟନୀଙ୍କ ଘର ଉପରେ ଗୁଳି ଚଳାଇବାର ଦାୟିତ୍ୱ ନେଇଛନ୍ତି। ଯଦିଓ ଏହି ପୋଷ୍ଟ ଯାଞ୍ଚ କରାଯାଇ ନାହିଁ ତେଣୁ ବରେଲି ପୋଲିସ ଏହାର ତଦନ୍ତ ମଧ୍ୟ କରୁଛି।