ଜଟଣୀ ଗଣେଶ ଭସାଣୀ ମହୋତ୍ସବ, କମିଶନରେଟ ପୋଲିସର ବ୍ୟାପକ ବନ୍ଦୋବସ୍ତ…

ଆଜି ଜଟଣୀ ଗଣେଶ ଭସାଣୀ ମହୋତ୍ସବ । କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଜଗି ରହିବେ ୧୬ ପ୍ଲାଟୁନ୍ ପୋଲିସ ଫୋର୍ସ । ADCP ଙ୍କ ସମେତ ୦୫ ଜଣ ACP, ୧୨ ଜଣ ଇନ୍ସପେକ୍ଟର,୪୨ ଜଣ SI/ASI ,୨୦ ଜଣ WC, ୧୬୦ ଜଣ ହୋମଗାର୍ଡ଼,  ୧୦ ପ୍ଲାଟୁନ୍ ଫୋର୍ସ, ୦୬ ଜଣ ଟ୍ରାଫିକ୍ ପୋଲିସ୍ ନିୟୋଜିତ ହେବେ । ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ଯାହା ସୂଚନା ଦେଇଛନ୍ତି ଜଟଣୀ ଥାନା ଅଧିକାରୀ ଷ୍ଟାଲିନ କୁମାର ବିଶ୍ଵାଳ ।