ଚାନ୍ଦବାଲି ରେ ମହମ୍ମଦ ଜୟନ୍ତୀକୁ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି…

ଚାନ୍ଦବାଲି ରେ ମହମ୍ମଦ ଜୟନ୍ତୀକୁ ବେଶ୍ ଧୁମ୍ ଧାମରେ ପାଳନ କରାଯାଇଛି। ମହମ୍ମଦ ଜୟନ୍ତୀ ଅବସରରେ ଗୋଲାଡିଆ ଠାରେ ଏକ ବିରାଟ ଜୁଲୁସ ଶୋଭାଯାତ୍ରା ବାହାରି ସମଗ୍ର ଗ୍ରାମ ପରିକ୍ରମା କରିବା ପରେ ପୀର ବାବାଙ୍କ ନିକଟରେ ପହଞ୍ଚିଥିଲା । ମସଜିଦ୍ ସମ୍ମୁଖରେ ସୁନ୍ଦର ତୋରଣ ସାଂଗକୁ ସମଗ୍ର ଅଞ୍ଚଳ କୁ ଆଲୋକ ରେ ସାଜସଜା କରାଯାଇଥିଲା। ସେହିପରି ସନ୍ଧ୍ୟା ସମୟରେ ସମସ୍ତ ମୁସଲମାନ ଭାଇ ଭଉଣୀ ମାନେ ଏକାଠି ହେବା ସହିତ ବିରାଟ ପାଟୁଆର ରେ ଏକ ସୁସଜ୍ଜିତ ଜୁଲୁସ ଶୋଭାଯାତ୍ରା ବାହାରି ସମଗ୍ର ଅଞ୍ଚଳ ପରିକ୍ରମା କରିଥିଲେ । ପ୍ରସାଦ ସେବନ ସହ ବିଭିନ୍ନ ସ୍ଥାନରେ ଲୋକେ ଥଣ୍ଡା, ସର୍ବତ, ଚକୋଲେଟ୍, ମିଠା ଆଦି ବାଣ୍ଟିବା ସହିତ ମହମ୍ମଦ ଜୟନ୍ତୀ କୁ ବହୁ ଆଡ଼ମ୍ବରର ସହ ପାଳନ କରାଯାଇଛି ।