ଗାଧୋଇବାକୁ ଯାଇ ପାଣିରେ ବୁଡିଗଲେ ଦୁଇ ଭାଇ

ପାଣିରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭାଇ । କଳାହାଣ୍ଡି ଜିଲ୍ଲା ସଦର ଥାନା ଅନ୍ତର୍ଗତ ଗୁଞ୍ଚିପଦର୍ ଗାଁରେ ଅଘଟଣ। ଗାଁ ମୁଣ୍ଡ ପୋଖରୀ କୁ ଗାଧୋଇବା କୁ ଯାଇଥିବା ବେଳେ ପାଣିରେ ବୁଡ଼ି ଯାଇଥିଲେ । ଘଟଣାସ୍ଥଳରେ ଓଡ୍ରାପ ଟିମ ପହଞ୍ଚି ଉଦ୍ଧାର କରିଥିବା  ବେଳେ ଦୁଇ ଭାଇ ପ୍ରାଣ ହରାଇଛନ୍ତି । ଜଣେ 9 ବର୍ଷ ହୋଇଥିବା ବେଳେ  ଅନ୍ୟଟିର ବୟସ ୧୨ ହେଉଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।